ଏମିତି କେମିତି କୁହତ
ଏମିତି କେମିତି କୁହତ
ଶୀତ ପ୍ରତି ଏତେ ଅନାଶକ୍ତ
ବସଂତ ହେଲା ବିକ୍ଷିପ୍ତ
ବର୍ଷା ବି ନିର୍ଲିପ୍ତ
ଖରା ତ ସହଜେ ଉତପ୍ତ
ଫଗୁଣ ସମ୍ପୂର୍ଣ ନିରାସକ୍ତ
ମଳୟ ବହୁଛି ବହୁତ
ଶିଶିର ଘୋଡା଼ଏ ପଣତ
ହେମନ୍ତ ଅତୀବ ମର୍ମାହତ
ଋତୁ ମାନଙ୍କର ଏହା ଷଡଯନ୍ତ୍ର
ତମେ କି ରାଗିଛ ପର୍ଯ୍ୟାପ୍ତ ।
ଗୋଲାପ ଏଠି ନିଶାସକ୍ତ
ମାଳତୀ ଝୁରୁଛି ଅତୀତ
ରଜନୀଗନ୍ଧାର ନାହିଁ ଆଦିଅନ୍ତ
ଜୁଇ ଲାଗୁଛି ଅଭିଶପ୍ତ
ହେନା ବି ବଦଳାଏ ତା ମତ
ମଲ୍ଲୀ ତ ଫୁଟିନି ଏପର୍ଯ୍ୟନ୍ତ
ଟଗର ଅଳ୍ପ ଅଳ୍ପ ବିକଶିତ
ଫୁଲମାନଙ୍କର ଅଭିଯୋଗ ପରସ୍ତ
ତମେ କେମିତି କେଜାଣି ଆଶ୍ୱସ୍ତ ।
କୋଇଲି ସ୍ୱର ଲୁକାୟିତ
ଶୁଆ ପଞ୍ଜୁରୀରେ ସମାଧିସ୍ଥ
ବଗଟି ଟାକିଛି ଏପର୍ଯ୍ୟନ୍ତ
କୁମ୍ଭାଟୁଆ ମୁଁହ ଟାଣ ସେତ
କାଠହଣା ଅତିବ ଅନୁତପ୍ତ
କାଉଟା ନିଲଠା ସାବ୍ୟସ୍ତ
ଶାରୀ ଖୋଜୁଛି ଅପର୍ଯ୍ୟାପ୍ତ
ପେଚାଟିକୁ କେବଳ ଅଭିସମ୍ପାତ
ପକ୍ଷୀମାନଙ୍କ କାର୍ଯ୍ୟକଳାପ ଏଯାବତ
ତମେ କେମିତି ଏମିତି କୁହତ ।
କୋଣାର୍କ ନର୍ତ୍ତକୀର ଛନ୍ଦପାତ
ସୁନେଲି ସକାଳ ନିସ୍ତବ୍ଧ ବହୁତ
ମଧ୍ୟାନ ଡହଳବିକଳ ଅନେଶତ
ସଂଜରେ ସଞ୍ଜବତୀ ଜଳୁଛି ଅନ୍ତତଃ
ସୂର୍ଯ୍ୟଙ୍କର ଆତଯାତ କେବଳ ସତ
ଏ ସବୁ ଦେଖିଶୁଣି ମୁଁ ମର୍ମାହତ
ପରାଣ ମୋ ଶତତ ଆହତ
ରକ୍ଷାକର ରକ୍ଷାକର ପ୍ରଭୁ ଜଗନ୍ନାଥ ।
