STORYMIRROR

pratap nayak

Others

2  

pratap nayak

Others

ଏମିତି ଜମା ଆସିବନି

ଏମିତି ଜମା ଆସିବନି

1 min
14K


ତୁମକୁ ମୁଁ ମନାକରିଥିଲିନା

ଆସିବନି ବୋଲି......

କାହିଁକି ଆସିଲ ତୁମେ

ମାରିବାକୁ ମତେ ତିଳ ତିଳ ?

ପବନରେ ତୁମ ଦେହର ବାସ୍ନା

ଫୁଟା ଚଦର ଭିତରେ ତୁମ ଦେହର ଉତ୍ତାପ

ବୁକୁ ତଳେ ତୁମ ଅଙ୍ଗୁଳିର ସ୍ପର୍ଶ

ଅସଜ ସ୍ଥାନରେ ତୁମ ଠିକଣା

ଦହଗଞ୍ଜ କରେ ମୋତେ.......

ମୁଁ ଲିଭେଇ ଥିବା ଲଣ୍ଠନ ଆଲୁଅ

ଅଧଛିଣ୍ଡା ଶଉପ ଉପରେ

ପାରି ଥିବା ଚିରାଫଟା କନ୍ଥା

ଫୁରୁକୁଟିଆ ଗନ୍ଧ ତକିଅାରେ

ମୋ ନିଶ୍ୱାସର ଶବ୍ଦବାରି ଆସ ତୁମେ

କରିବାକୁ ପୁର୍ବଭଳି ଆକ୍ତାମାକ୍ତା......

ଚେଷ୍ଟାକରି ପାରେନା ମୁଁ

ଅପସାରଣ କରି ନିଜକୁ......

ପଙ୍କିଳ ପଙ୍କିଳ ଭାବ ମୋର

ତୁମକୁ ନେଇଯିବ

ଭିତରକୁ ଭିତରକୁ.....

ତୃପ୍ତିରେ ମୁଁ ଖୋଜୁଥିବି

ଏପାଖ ସେପାଖ......

ନପାଇ ତୁମକୁ ଧିକ୍କାରିବି

କରିବି ମାନସ ମନ୍ଥନ......

ଏମିତି ଆଉ ଜମା ଆସିବନି.....

କହିଦେଲି ଏମିତି

ଆଉ ଜମା ଆସିବନି.......


ପ୍ରତାପ ନାୟକ

୭୦୦୮୦୫୪୨୮୨



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍