STORYMIRROR

Tonish Rohidas

Others

3  

Tonish Rohidas

Others

ଏମିତି ଜୀବନ

ଏମିତି ଜୀବନ

1 min
198


କେବେ ଫୁଲ ପରି ସୌନ୍ଦର୍ଯ୍ୟ 

କେବେ ସୁନ୍ଦର ବାସ୍ନା ଭରା ମହକ।

ଏମିତି ଜୀବନ ମୋହର 

ସବୁ ବେଳେ ଦୁଃଖ ସୁଖ ଭରା କୁହୁକ।।


ଜୀବନ ରେ କେତେ ଜଣ

ହୋଇ ଯାନ୍ତି ନିଜର।

ଜଣ ଜଣ କରି ଗଢି ଉଠେ ସମ୍ପର୍କ

ସେଇ ଭାବ ବନ୍ଦନ ଘର।।


ବାପା ବଉ, ଭାଇ,ଭଉଣୀ

ଜେଜେ ବାପା ଜେଜେମା।

ସୁନ୍ଦର ମନ ସୁନ୍ଦର ହୃଦୟ ରେ ଗଢ଼ି ଉଠେ 

ସୁନା ପରିବାର ଛାଡି ହୁଏ ନି ଜମା।


ବୟସ ବଢ଼ିବା ସହ ଦିନ ଯାଏ ବିତି,

ଧୀରେ ଧୀରେ ମଣିଷ ନିଜ ବୁଧି କୁ ଦିଏ ହଜେଇ।।

ଅନ୍ଧାର ରାତିରେ ଆଲୋକ ପାଇଁ ଜଳେ 

ଲଣ୍ଠନ ବତୀ ଘର କୁ ଅଲୋକ କରଇ।।


ଆଇନା ଆଗରେ ସବୁ ଦିଶେ 

ସୁନ୍ଦର ଚେହେରା ମିଛ କୁହେ।

ଏ ମଣିଷ ଜୀବନ ରେ ଭରି ରହିଛି 

କଷ୍ଟ ଓ ଯାତନା ସବୁ ଏ ମନ ର ଭାବନା କୁହେ।।


ରାତି ହେଲେ ଆଖିରେ କେତେ ସ୍ୱପ୍ନ,

ହୋଇଛି ବୋଲି ଏ ସଂସାରରେ ମୁଁ ଜନ୍ମ।।

ଗଛ ରେ ସିନା ସୁନ୍ଦର ଲାଗେ ଫୁଲ

କହି ଜାଣିଲେ ସବୁ ସୁନ୍ଦର କଥା ର ମୁଲ।।


ଧର୍ମ କର୍ମ ସବୁ ନିଜ ହାତେ 

ଯେମିତି କୃଷ୍ଣ ଥିଲେ ଅର୍ଜୁନ ରଥେ।।

ଧର୍ମ ର ଜୟ ପାଇଁ ପ୍ରଭୁ ଅର୍ଜୁନ ଙ୍କର

ଥିଲେ ରଥେ, ସବୁ ବେଳେ ଅର୍ଜୁନ ସତ୍ୟ ପଥେ।।


ଏହା କଲିଯୁଗ ମଣିଷ ନିଜ ସ୍ୱାର୍ଥ ପାଇଁ ନିଜକୁ ଠଗେ।।

ଜିତିବା ଆସାରେ ନିତି ଦୂରକୁ ଭାଗେ।।


ମୁହଁରେ ଭାଗବତ ଗାଇବା ଓ ହାତରେ

ଖଞ୍ଜଣି ଧରି କରୁନାହିଁ ଭଜନ।

ସୁଭା ଯାଉ ନାହିଁ ଆଉ ସେ ଦୂର ଦୂର ର ନାମ କୀର୍ତ୍ତନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍