STORYMIRROR

Maitreyee Kamila

Others

3  

Maitreyee Kamila

Others

ଏମିତି ହୋଇପାରିବକି

ଏମିତି ହୋଇପାରିବକି

1 min
408

ଆଜି ଯଦି ଗଢିହେବ ନୂଆ ଏକ ସମୟ ତା ସାଥେ ବନ୍ଧା ଥିବ ସହଜ କୁହୁକ ଡୋର

Mobile ଇଣ୍ଟର୍ନେଟର ବ୍ୟସ୍ତ ବହୁଳ କାହାଣୀରେ ଲେଖାହେବ

" ଆମ ଘର'"

ଚାଲ ଆମେ ଫେରିଯିବା ବୁଢ଼ୀ ମା କାହାଣୀ ର ଅଦୃଶ୍ୟ ନଈ ଧାରେ 

ହାତ ଠାରି ଡାକୁଥିବ ନଈ ପଠା ଗଛଲତା ଗହଳ ଧାନ କିଆରୀ

ଆମ ବାଟ ଚାହିଁ କାଉକୁ ଆଞ୍ଜୁଳାଏ ଭରି ଦେଉଥିବ ଚାଉଳ ଚାଳ ଉପରକୁ କେହି

ଜୀବନର ଅୟସ ଅପରାହ୍ନ ରେ ପୁଚିଖେଳ ବୟସ ସଜାଡୁ ଥିବ କାଠିକୁଟା ଛକିଶୂନ

ପାଦେ ମାପି ଚାଲୁଥିବ ସମୟ ଥିରି ଥିରି 

ମା ଘର ପାଇଟି ସାରି ବସୁଥିବ ଢ଼ିଙ୍କିଶାଳା ଦୁଆର ମୁଂହରେ

ଗାଈଗୋରୁଙ୍କୁ ନଡା ଦେଇ ସାଉଁଟି ଆଣୁଥିବେ ବାପା ଆମ୍ବ ଆଉ ପିଜୁଳି

ନାନୀ ଆଉ ଭାଇର ମିଛ କଳି ରାଗରୁଷ ଭାଙ୍ଗୁଥିବ ଅହରହ କିଛି ଅଲୋଡ଼ା ମୁହୂର୍ତ୍ତ କୁ

ସଂଜହେଲେ ଆମସୁରେ ଆହେଦୟାମୟ ବିଶ୍ୱ ବିହାରୀ

ତୋଳିଧରେ ଭାବର ଆବେଗ

ଆମ ହାତେ ଥିବ ବହି ବସ୍ତାନୀ ର ମେଳ ,ପିଣ୍ଡା ଖାଲି କମ୍ପୁଥିବ ପଣିକିଆ ଆଉ ବେତର ମାଡ଼

ଆମ କାନ ଖାଲି ବାଜୁଥିବ ବିବିଧ ଭାରତୀ ଆଉ ଶିଶୁ ସଂସାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍