STORYMIRROR

Subal Routray

Others

3  

Subal Routray

Others

ଏମିତି ଏ ସଞ୍ଜ ଆସେ

ଏମିତି ଏ ସଞ୍ଜ ଆସେ

1 min
13K


ଏମିତି ଏ ସଂଜ ଆସେ ,

ଯେମିତି କାଖରେ କୋଳେଇ ନେବାକୁ

ମମତାମୟୀ କେ ଆସେ !

ଆଖିରେ ତାହାର ମମତାର ତାରା

ପଣତ ତାହାର କୁସୁମରେ ଭରା

ବଂକିମ ଚଂଦ୍ରର କ୍ଷୀଣ ଚଂଦ୍ରିକାଟି

ଲାଖିଛି ତା ଓଠ ହସେ !

କ୍ଳାନ୍ତ ତନୁ ମନ ଅବଶ ଜୀବନ

ତା ସ୍ନିଗ୍ଧ ପରଶେ ହେବ ସଂଜୀବନ

ନିଦର ରେଶମୀ ଚଦର ଘୋଡେଇ

ଶୁଆଇ ଦେବ ତା ପାଶେ !


Rate this content
Log in