STORYMIRROR

Mahesweta Panigrahi

Others

3  

Mahesweta Panigrahi

Others

ଏମିତି ଭକତି

ଏମିତି ଭକତି

1 min
242


ଭକତି ଟା ମୋର ଦେଖାଣିଆ ହେଲା

ନାହିଁ ତ ଜମା ରୁ ନିଷ୍ଠା,

ଉପବାସ ମୋର ଭଲ ମନ୍ଦ ଖିଆ

ହୋଇ ପାରୁ ନାହିଁ କାଷ୍ଠା।


ନିଜ ବଡିମା ରେ ଶତମୁଖ ମୁଁ ଯେ

ଜାଣେନାହିଁ ପର ଦୁଃଖ,

ବାର ବ୍ରତ ତେର ଉପାସ କରଇ

ପର ନିନ୍ଦା ପାଏ ସୁଖ।


ଚଳନ୍ତି ଦେବତା ପୂଜା ପାଏ ନାହିଁ

ତଡ଼ା ଖାଏ ମୋର ଘରୁ,

ଘିଅ ଦୀପ ଦେଇ ଷୋଡଶପଚାରେ

ପଥର ପୂଜେ ମୁଁ ଭୋରୁ।


ନିୟମ ନିକୁମ୍ ଗୋଡେ ଗୋଡେ ମାନେ

ଶୁଦ୍ଧି ରଚେ ପ୍ରତି ଦିନେ,

ଅନ୍ତର ମୋର ଯେ ବିଷ ର ପିୟାଲା

ବେଳ ପଡେ ଗୋଡ ଟାଣେ।


ଭାବେ ମୁଁ ଯେ କାଳେ ପୁଣ୍ୟ ମଞ୍ଜି ପୋତି

ଲଭିବି ବୈକୁଣ୍ଠ ସୁଖ,

ମୋ ଭକ୍ତି ରେ ଏକା ପଡିଛନ୍ତି ବନ୍ଧା

ସତରେ ସେ ପଦ୍ମମୁଖ।


ଦୁଇ ପାଦ କିଏ ବଢ଼ି ଗଲେ ଆଗେ

ଈର୍ଷା ରେ ଜଳଇ ମନ,

ଅଭିଯୋଗ ମୋର ଠାକୁର ପାଶ ରେ

କିଆଁ ନ ବୁଝ ହେ ଧନ।


କୂପ ମଣ୍ଡୁକ ମୁଁ ଯେତିକି ଜାଣିଛି

ମହାଜ୍ଞାନୀ ନିଜେ ମାନେ

ସଂସାର ନାଆ ଟି ଯେ ନିତି ବାହୁଛି

ଦେଖି ହସୁଥାଏ ମନେ।












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍