STORYMIRROR

Chinmayee Sahoo

Others

3  

Chinmayee Sahoo

Others

ଏମିତି ଆସୁ ଥା'

ଏମିତି ଆସୁ ଥା'

1 min
160


ଏମିତି ଆସୁ ଥା' ପ୍ରତି ବରଷକୁ

ସାତ ରଙ୍ଗର ଅବିର ନେଇ

ହସୁଥାଉ ପ୍ରତି ମନର ଅଗଣା

ତୋହରି ରଙ୍ଗରେ ରଙ୍ଗୀନ ହୋଇ।


ଶେଷ ହେଉ ଯେତେ ଶତ୍ରୁତା ର ସୂତ୍ର

ଭରିଯାଉ ପ୍ରେମ ପୁଲକେ ମନ

ତୋହରି ପରଶେ ଅତି ମହୋଲ୍ଲାସେ

ଆମୋଦିତ ହେଉ ସବୁ ଜୀବନ।


ଏମିତି ଆସନ୍ତୁ ରାଧା ସହ କାହ୍ନୁ

ଦୋଳବିମାନରେ ଭକତ କାନ୍ଧେ

ଦେଖିବାକୁ ସେଇ ଯୁଗଳ ମୂରତି 

କେବେଠୁ ଆଶାର ତୋରଣ ବାନ୍ଧେ।


ଝୁଲି ଝୁଲି ଆସେ ଗୋପର ନାଗର

ଗୋପାଳ ପୁଅ ସେ ଶିଙ୍ଘା ବଜାଇ

ଭକତ ନାଚଇ ଏଇ ଲଗନରେ

ଭକତିରେ ନାଚି ତା ଥେଇ ଥେଇ।


ଗୋପାଳର ଚୂଡା ମଣି ଶ୍ୟାମଘନ

ପ୍ରିୟା ସାଥେ ଫଗୁଣର ଆସରେ 

ରଚନ୍ତି ନିଆରା ରାସ ରାଇ ସଙ୍ଗେ

 ହୋଲି ପରବରେ ରଙ୍ଗ ଅବିରେ।


ଜୟ ରାଧା ପ୍ରାଣ ଯଶୋଦା ନନ୍ଦନ

ଜୟ ଗିରିଧାରୀ ମୂରଲୀଧାରୀ

ଜୟ ନନ୍ଦସୁତ ଭକତବତ୍ସଳ

ଜୟ ପଦ୍ମମୁଖ ହେ ଦୁଃଖହାରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍