Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଏକତା

ଏକତା

1 min
11.5K


ପଡୁଅଛି ଦେଖା    ଶତ୍ରୁ କେହି ଏକା

ଆମେ ଅଛୁ ଛଅଜଣ

ଆଗକୁ ସେ ବଢ଼ି     ପାରିବନି ଲଢ଼ି

ସମ୍ଭାଳୁ ଏଥର ରଣ ।


ରହିଥିଲେ ଯୋଡ଼ା  ସରି ନୁହଁ ଘୋଡ଼ା

ହେଲେ ହେଉ ଯେତେ ଖର

ଚାଲି କଉଶଳ      ନଜାଣି ବୃଷଳ

ମନରେ ଭରିଛି ଡର ।


ଜାଣିଛୁ ଏକଥା     ରହିଲେ ଏକତା

ବିପଦ ନଥାଏ ତିଳେ 

ପାରିଲୁଣି ବୁଝି     ରଣକ୍ଷେତ୍ରେ ଯୁଝି

କିଭଳି ବିଜୟ ମିଳେ ।


ଆତଙ୍କୀଙ୍କୁ ପୋଷି  ଦେଶର ପଡୋଶୀ

ଉଣ୍ଡି ବସିଛନ୍ତି ଖଞ୍ଜ

ଜାଣେନାହିଁ ଲୁବ୍ଧ     ପରମାଣୁ ଯୁଦ୍ଧ

ନୁହେଁ ଏକ ଶତରଞ୍ଜ ।


ରଖିଛୁ ସଂକଳ୍ପ      ଗଢିଛୁ ପ୍ରକଳ୍ପ

ଦେଶର ବିକାଶ ପାଇଁ

ବୃଥା ଅପଳାପେ    ଆମରି ପ୍ରତାପେ

ନିସ୍ତାର ପାଇବ ନାହିଁ ।


ଦୀନହୀନ ପ୍ରାୟେ   ବିଶ୍ୱ ସମୁଦାୟେ

ନିତି କହି ନୂଆ ମିଛ

କଲେ ବି ଗୁହାରି     ପ୍ରତିଥର ହାରି

ବେଳୁବେଳ ହୁଏ ନୀଚ ।


ଜେନିଭା ସଭାରେ   ବିଶ୍ୱ ଦରବାରେ

ଏକଘରିଆ ସେ ଯେବେ

ମିଳିଲେ ସୁଯୋଗ   ଛାଡିଯିବ ରୋଗ

କିପାଇଁ ଡରିବା ଏବେ ?



Rate this content
Log in