STORYMIRROR

Biren Kumar Behera

Others

3  

Biren Kumar Behera

Others

ଏକତା ହିଁ ଅଟେ ବଳ

ଏକତା ହିଁ ଅଟେ ବଳ

1 min
260


ସମସ୍ତ ଆଙ୍ଗୁଠି ନୁହଁନ୍ତି ସମାନ,


 କିଏ ବଡ କିଏ ଛୋଟ ।


କିଛି ଗୋଟେ କାମ କରିବା ବେଳକୁ,


ଏକାଠି ହୁଅନ୍ତି ଭେଟ ।।


ମୁଠା ଖୋଲିଦେଲେ ହୁଅନ୍ତି ଅଲଗା,


ନିଜ ନିଜ ସ୍ଥାନେ ରହି ।


ଦରକାର ବେଳେ ହୁଅନ୍ତି ଏକାଠି,


ଶକ୍ତ ମୁଠା ହୋଇଯାଇ ।।


ଗୋଟେ ଆଙ୍ଗୁଠିକୁ ଭାଙ୍ଗି ତ ପାରିବା,


ଭାଙ୍ଗି ନ ପାରିବା ମୁଠା ।


ଏହାର କାରଣ ଅତି ସାଧାରଣ,


ଯୁଝିଲା ବେଳକୁ ଗୋଟା ।।


ସମାଜକୁ ଏହା ଦିଅଇ ବାରତା,


ଏକାଠି ରହିବା ପାଇଁ ।


ତଥାପି ଦୁନିଆ ହୁଏ ଦିଗହରା,


ବୁଝିପାରେ ନାହିଁ କାହିଁ ?


ଆଙ୍ଗୁଠିଙ୍କଠାରୁ ଶିଖ ଏ ଗୁଣକୁ,


ଆସିଛି ଆଜି ଏ ବେଳ ।


ଏକାଠି ରହିଲେ ହୋଇବ ବିକାଶ,


ଏକତା ହିଁ ଅଟେ ବଳ ।।


Rate this content
Log in