ଏକଲବ୍ୟର ପ୍ରାର୍ଥନା
ଏକଲବ୍ୟର ପ୍ରାର୍ଥନା
1 min
14.3K
ଏକଲବ୍ୟର ପ୍ରାର୍ଥନା
ଶଶାଙ୍କ ଶେଖର ରାୟ
ତୁମେ ଦିଅ କି ନ ଦିଅ
ଆଶିଷର ଜଳ ଟୋପେ
ମୋ ଶୁଖିଲା ମରୁରେ
ମୁଁ କିନ୍ତୁ ଅଭିମାନ କରିବିନି କେବେ
ଭକ୍ତିଭରା ଛଳଛଳ ଆଖି
ପଖାଳୁଥାଉ ନିତି ତୁମ ଶ୍ରୀପୟରେ ।
ମାଟିର ପ୍ରତିମା ରଖି ମୋ ରଙ୍ଗଶାଳେ
ସାଧନା ନିଷ୍ଠା ଏକାଗ୍ରତା ଚିତ୍ତେ
ଲକ୍ଷ୍ୟଭେଦ କରୁଥାଏ ତୁମ ସାମ୍ନାରେ
ଶୟନେ ସପନେ ଜାଗରଣେ
ତୁମ ଅଦୃଶ୍ୟ ଇଙ୍ଗିତେ
ମହାଯୋଦ୍ଧାଟିଏ ହେବାକୁ ପ୍ରୟାସ କରେ ।
ବୃଦ୍ଧାଙ୍ଗୁଳି ବଦଳେ ଜୀବନ
ମାଗିଲନି କାହିଁ ଗୁରୁ ଦକ୍ଷିଣା
ଦେଇଥାନ୍ତି ସମର୍ପି ମୁଁ ନିଃସଙ୍କେଚରେ
ଅତୁଟ ନିବିଡ ବନ୍ଧନ ଆମ ସଂପର୍କ
ଯୁଗ ଯୁଗର ଜନ୍ମଜନ୍ମାନ୍ତର
ରହିଥାଉ ଇତିହାସର ସ୍ଵର୍ଣ୍ଣିମ ଫର୍ଦ୍ଦରେ ।
ମୋ- 7377197999
