STORYMIRROR

Sudruma Panda

Others

3  

Sudruma Panda

Others

ଏକି ଅଟେ ତୁମ ନ୍ୟାୟ

ଏକି ଅଟେ ତୁମ ନ୍ୟାୟ

1 min
195


କହିଲା ବେଳକୁ କହୁ ଅଛ ସିନା

ନାରୀ ଯେ ଶକ୍ତି ସ୍ୱରୂପା,

ଭୃଣ ରୁ ଓଟାରି ଫିଙ୍ଗିବାକୁ କିଆଁ

ନାହିଁ ଟିକେ ଅନୁକମ୍ପା ।।

ମାଁ ଟିଏ ସିଏ ଯା ପଣତେ ତୁମେ

ରହି ଅଛ ସୁରକ୍ଷିତ,

ସଦ୍ୟ ଜାତ କନ୍ୟା ଆବର୍ଜନା କୁଣ୍ଡେ

ହେଉଛି କିଆଁ ପତିତ ।।

ଭଗିନୀ ହୋଇ ଯେ ତୁମ ସୁଖ ପାଇଁ

ତେଜି ଯାଏ ନିଜ ସ୍ଵାର୍ଥ,

ବିବେକ କିପରି ବାଧା ଦେଉ ନାହିଁ

ଦେବାକୁ ତା ଦେହେ ହାତ ।।

ଜାୟା ହୋଇ ଯିଏ ଜୀବନ କୁ ତାର

ତୁମ ପାଖେ ବନ୍ଧା ରଖି,

ପରଷି ଦିଅଇ ଅମୃତ ସକଳ

ସଂସାର ଗରଳ ଢ଼ୋକି ।।

ନିଜ ଆଖି ଲୁହ ଆଖିରେ ମାରି ଯେ

ତୁମ ଓଠେ ଦିଏ ହସ,

କେବେ ହୋଇ ଥାଏ ଜୀବନ୍ତ ଦଗ୍ଧ ସେ

କେବେ ପିଇ ଥାଏ ବିଷ ।।

କନ୍ୟା ଟିଏ ହୋଇ ଅଗଣାକୁ ତୁମ

କରେ ଯେ ନନ୍ଦନ ବନ,

ତା ନିମନ୍ତେ କିଆଁ ଯେତେ କଟକଣା

ମାରେ ସଦା ନିଜ ମନ ।।

ପ୍ରତି କ୍ଷେତ୍ରେ କନ୍ୟା ବଳି ପଶୁ ସମ

ଯୂପ କାଠେ ପଡେ ବଳି,

ଅବାଞ୍ଛିତ ସିଏ ଉପେକ୍ଷିତ ହୁଏ

ସମାଜେ ଅଳିଆ ଭଳି ।।

ସ୍ଵାର୍ଥ ହିତେ ଯାହା ଡରିବି କୁ ତାର

କରମ ର ଆଖ୍ୟା ଦିଅ,

ପୋକ ମାଛି ପରି ଶଢିବା ଦେଖୁଛ

ଏକି ଅଟେ ତୁମ ନ୍ୟାୟ ??

ଏସବୁ ସତ୍ତ୍ୱେ ବି ରଖୁ ଅଛ ତୁମେ

ସୁସ୍ଥ ସମାଜ ର ଆଶ,

ତା ଆଖି ଲୁହ କି ଯଥେଷ୍ଟ ନୁହଇ

ଡାକିବାକୁ ସର୍ବନାଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍