STORYMIRROR

Dasarathi Sahu

Others

2  

Dasarathi Sahu

Others

ଏକବିଂଂଶେ ସ୍ତୁତି ପରକୀୟା ପ୍ରୀତି

ଏକବିଂଂଶେ ସ୍ତୁତି ପରକୀୟା ପ୍ରୀତି

1 min
3.9K


ରୂପର ହାଟରେ ବୁଦ୍ଧିର ପାଠରେ

ପ୍ରଣୟନ ହେଲା ନୀତି

ଭଡୁଆଙ୍କ ଭିଡ ନାହିଁ ବନ୍ଧ ବାଡ

ପୋଡୁ ଏ ପୁରାଣ ପୋଥି

ପୁରଣାର ପୋଥି କଥା କିମ୍ବଦନ୍ତୀ

ସୀତାସତୀ ଅନୁସୟା

ପରକୀୟା ପ୍ରୀତି ଏକବିଂଶେ ସ୍ତୁତି

ରଚିବ କଥାଟି ନୂଆ

ନୂଆ କରି ନାରୀ ନିତି ତୋଳୁଥିବ

ନରକୁ ନେଇ ନଅର

ମନନ ମାନିଲେ ମଉଳିଲା ଫୁଲେ

ଭଅଁର ଯେ ଯାଯାବର

ଯାଯାବର ହେବେ ନିରାଶ ନୀରବେ

ଔରସୁ ଜନ୍ମିତ ଯେତେ

ଥରଟିଏ ହେଜ ବଢିବ ଜାରଜ

ଏ ନିୟମ ନିର୍ଧ୍ୟାରିତେ

ନିର୍ଧ୍ୟାରିତ ନୀତି ନିରିଖେଇ ଦେଖ

ଅରାଜକତାର ଆଳ

ବସା ବାନ୍ଧିବାକୁ ବାଆଁରା ଚଢେଇ

ଭାଙ୍ଗୁଥିବ ଆଶ୍ରା ଡାଳ

ଜାଗ ଜନମନ ଏହି ପ୍ରଣୟନ

ହୋଇଯାଉ ପାଣିଗାର

କୃଷ୍ଣ ପାଖେ ସୀତା ଏହା କିବା ଗୀତା

ହସିବାଟି ଯାହା ସାର

ଦାଶରଥି ସାହୁ

କଳମ୍ବ/ଗଜାଂମ


Rate this content
Log in