STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଏକାକୀ

ଏକାକୀ

1 min
170

ଏମିତି କିଏ ଅଛି କୁହ?


ଯାହାର ସଂସାର ହିଁ ନାହିଁ 

ଏକାକୀ ଜୀଇଁ ଭବିଷ୍ୟତ କରେ।


କିଏ କହେ ସନ୍ନ୍ୟାସୀ ଏକାକୀ

ଜଙ୍ଗଲରେ ରହେ ଈଶ୍ୱରଙ୍କ ସାହ୍ନିଧ୍ୟ ସକାଶେ

ତାର ଦରକାର ନାହିଁ କାହାକୁ

ପତ୍ନୀ ପୁତ୍ର ନା କନ୍ୟା

କେବଳ ହିଁ କେବଳ

ଏକାକୀ ହିଁ ବଞ୍ଚିବାକୁ ଚାହେଁ।


କିଏ କହି ନ ପାର

କିନ୍ତୁ ମୁଁ ତ କହିବି 

ସନ୍ନ୍ୟାସୀ ଏକାକୀ ନୁହଁନ୍ତି

ଜଙ୍ଗଲ ଝରଣା ଓ ପାହାଡ଼ ମିତ

ପଶୁ ପକ୍ଷୀ ସରୀସୃପ ଭାଇ ବନ୍ଧୁ ଓ କୁଟୁମ୍ବ 

ଈଶ୍ୱର ବି ପିତା ମାତା ଭାଇ ବନ୍ଧୁ ଓ ସହୋଦର

ଯଦି ସନ୍ନ୍ୟାସୀଙ୍କ ଏତେ ବଡ଼ ପରିବାର 

ଏକାକୀ ରହିଲେ କେମିତି?


ଅତଏବ

ସେହିମାନେ ହିଁ ଏକାକୀ

ଯେଉଁମାନେ ଜଡ଼ ଓ ପଥର

ଭବିଷ୍ୟତେ କିଛି ହିଁ କରିବାର ନାହିଁ।


ସୁତରାଂ 

ନିର୍ଜୀବ ଏ ସଂସାର ହାଟରେ।

      ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍