ଏକା ଏକା
ଏକା ଏକା
1 min
203
ଭାରି ଶୁନଶାନ୍ ଗୋଟେ ଅରଣ୍ୟ
ଜାଣି ହେଉନି ଦିନ ରାତି
ମୁଁ ଏକଲା ବାଟୋଇ
ବାଟବଣା
ଜାଣେନା କୁଆଡେ ଯିବି
ବୋଧେ ଏମିତି ଚାଲୁଥିବି
ଗୋଟେ ଚଢେଇ ଭେଟ ହୁଅନ୍ତା ହେଲେ.......
ଗଛମାନେ ଭାରି ଚୁପଚାପ୍
ଅବଶ୍ୟ ମତେ ପବନ ଦିଅନ୍ତି
ଛୁଇଁ ଯାଆନ୍ତି
ଛନ୍ଦି ଦିଅନ୍ତି
କହିବାକୁ ଚାହାନ୍ତି
ମୁଁ ଯେଉଁ ଅରଣ୍ୟରେ ପାଦ ଥାପିଛି
ପକ୍ଷୀମାନେ ଖୁବ୍ ଦିନରୁ ନିରୁର୍ଦ୍ଦିଷ୍ଟ
ସେଥିପାଇଁ ଏତେ ଗହନ ଏ ବନ
ଏତେ ଅନ୍ଧାର ଏ ଅରଣ୍ୟ
ତୁ ଯାଉଛୁ ତ ଯାଆ......
ଗୀତ ଗାଉଥିବା ପକ୍ଷୀ ଧରି ଫେରିବୁ
ମୁଁ ପୁଣି ପାଦ ଭିଡୁଛି ଆଗକୁ
ଧାରେ ଆଲୁଅ
ସୂର୍ଯ୍ୟର କି ଚନ୍ଦ୍ରର
ଦୀପର କି ଦିଶାର
ଆଖିର କି ଅନ୍ତରର କେଜାଣି
ବାଟ କଢାଉଛି ସ୍ଵପ୍ନର
