STORYMIRROR

Padmaja Saran

Others

3  

Padmaja Saran

Others

ଏକା ଏକା

ଏକା ଏକା

1 min
208

ଭାରି ଶୁନଶାନ୍ ଗୋଟେ ଅରଣ୍ୟ

ଜାଣି ହେଉନି ଦିନ ରାତି

ମୁଁ ଏକଲା ବାଟୋଇ

ବାଟବଣା

ଜାଣେନା କୁଆଡେ ଯିବି

ବୋଧେ ଏମିତି ଚାଲୁଥିବି

ଗୋଟେ ଚଢେଇ ଭେଟ ହୁଅନ୍ତା ହେଲେ.......

ଗଛମାନେ ଭାରି ଚୁପଚାପ୍

ଅବଶ୍ୟ ମତେ ପବନ ଦିଅନ୍ତି

ଛୁଇଁ ଯାଆନ୍ତି

ଛନ୍ଦି ଦିଅନ୍ତି

କହିବାକୁ ଚାହାନ୍ତି

ମୁଁ ଯେଉଁ ଅରଣ୍ୟରେ ପାଦ ଥାପିଛି

ପକ୍ଷୀମାନେ ଖୁବ୍ ଦିନରୁ ନିରୁର୍ଦ୍ଦିଷ୍ଟ

ସେଥିପାଇଁ ଏତେ ଗହନ ଏ ବନ

ଏତେ ଅନ୍ଧାର ଏ ଅରଣ୍ୟ

ତୁ ଯାଉଛୁ ତ ଯାଆ......

ଗୀତ ଗାଉଥିବା ପକ୍ଷୀ ଧରି ଫେରିବୁ

ମୁଁ ପୁଣି ପାଦ ଭିଡୁଛି ଆଗକୁ

ଧାରେ ଆଲୁଅ

ସୂର୍ଯ୍ୟର କି ଚନ୍ଦ୍ରର

ଦୀପର କି ଦିଶାର

ଆଖିର କି ଅନ୍ତରର କେଜାଣି

ବାଟ କଢାଉଛି ସ୍ଵପ୍ନର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍