STORYMIRROR

T.Durga Prasad Rao

Others

5.0  

T.Durga Prasad Rao

Others

ଏକା ଏକା ...

ଏକା ଏକା ...

1 min
342


ଏକା ଏକା ...


ଏକା ଏକା ଲାଗେ ସାଥୀ

ତୋତେ ଭୁଲି ପାରେନା

ଛନ୍ଦହୀନ ମୋ ଜୀବନ

ବୃଥା ଲାଗେ ତୋ ବିନା


ନିର୍ଜନତା ଭରେ ଦିନ

ରାତି ଭରେ ଶୂନ୍ୟତା

ସରି ସରି ଯାଏ ମନୁ

କ୍ଷୀଣ ଆଶା ସଳିତା


ଚହଲି ଯାଏ ଏ ହିଆ

ହେଜି, ନାହିଁ ତୁ ପାଶେ

ତଥାପି ଅଝଟ ପଣେ

ଜିଉଁ ମନ ମାନସେ


ରୂପାଝରା ତୋ ବଦନ

ସତେ ଝରେ ଚାନ୍ଦନୀ

କମନୀୟ ଓଠ ଧାରେ

ଝରେ ମଧୁ ରାଗିଣୀ


କଳାପ ସମ ତୋ କେଶ

ସତେ ସାଗର ଢେଉ

ସପନରେ ଦେଖାଦେଇ

ପୁଣି ଲୁଚି ତୁ ଯାଉ


ତୋ ସଙ୍ଗତେ ଯେତେ କ୍ଷଣ

ଅପାଶୋରା ଜୀବନେ

କଣ୍ଟା ସମ ପୀଡ଼ା ଦିଏ

ଭରେ ହୃଦ ଯାତନେ


ଅଭୁଲା ତୋ ଲାଜ ହସ

ପ୍ରତି କ୍ଷଣ କନ୍ଦାଏ

ଏକା ଏକା ପ୍ରତୀକ୍ଷାରେ

ପ୍ରାଣ ମୁର୍ଚ୍ଛିତ ହୋଏ


ଟି. ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍