STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ଏକ ସତ ଘଟଣା :ଅନେକଦିନର

ଏକ ସତ ଘଟଣା :ଅନେକଦିନର

1 min
13.8K



ଆଦିବାସୀ ଘେରା ପାହାଡ ଅଞ୍ଚଳେ

ସୁକୁନି ପଧାନ ଘର

ବନ୍ୟଜାତ ଦ୍ରବ୍ୟ ବିକି ମାଆଝିଅ

କାଟନ୍ତି ସୁଖେ ସଂସାର...

ବୁଢ଼ୀଟା କାମକୁ ପାରିଲାନି ବୋଲି

ପଇସା ଅଣ୍ଟିଲା ନାହିଁ

ସୁକୁନି ଏଣିକି ଭାବିଲା ସହରେ

କାମଟେ ଖୋଜିବ ଯାଇ...

ସହରରୁ ଜଣେ କାନ୍ତରାଟି ବାବୁ

ଆସିଥିଲେ ଗାଁଆ ବୁଲି

ସୁକୁନିକୁ ଦେଖି ମନେ ପାପଚିନ୍ତା

ପଶିଲା ତାଙ୍କର ଖାଲି....

ମାଆକୁ ବୁଝାଇ କହିଲେ ଚାକିରୀ

ଯୋଗାଡ ତ କରିଦେବି

ଖୁସିରେ ରହିବ ମାଆ ଝିଅ ଦୁହେଁ

ଏବେତ ଅଛ ଅଭାବୀ...

ମାଆଝିଅ ଦୁହେଁ ସରଳ ବିଶ୍ୱାସୀ

ଚାଲିଲେ ବାବୁ ସାଥିରେ

ବାବୁ ତାକୁ ନେଇ ରଖିଲେ ସେଦିନ

ବଡ ଗୋଟେ ବଙ୍ଗଳାରେ...

ସୁକୁନି ଉତ୍କଣ୍ଠା କହିଲେ ନସରେ

ଚାକିରୀ ମିଳିବ ବୋଲି

ବାପାସିନା ନାହିଁ ମାଆ ର ଦୁଃଖଟା

ନିଶ୍ଚୟ ତ ଯିବ ଚାଲି....

ଗଲା କିଛିକ୍ଷଣ ଆଉ ଦୁଇଜଣ

ପହଁଚିଲେ ଆସି ସେଠି

ସୁକୁନି ମାଆକୁ ଅପେକ୍ଷା କରେଇ

ସୁକୁନିକୁ ନେଲେ କୋଠି...

ସୁକୁନି କହିଲା କହିଥିଲ ବାବୁ

ରାତିରେ ଦବ ଚାକିରୀ

ଦେଖିଲେ ସିନା ତୁ ପାଇବୁ କାଲିଠୁ

କହିଲେ ସେ ହସିକରି...

ଜଣ ପରେ ଜଣେ ସୁକୁନି ଉପରେ

ପଡିଲେ ସମସ୍ତେ ଝାମ୍ପି

ସୁକୁନି ବିଚାରୀ ପିଟିଛାଟି ହେଲା

ମୁହଁ ଦେଇଥିଲେ ଚାପି....

ମାଆକୁ ତାହାର ମୃଦୁ ପାନୀୟରେ

ଦେଇଥିଲେ ମୃଦୁ ବିଷ

କାଣ୍ଡ ସରିଗଲା ବେଳକୁ ଜୀବନ

ହୋଇ ସାରିଥିଲା ଶେଷ....

ତହୁଁ ଆରଦିନ ଝରଣା କୂଳରୁ

ମିଳିଲା ଦୁଇଟି ଶବ

ଗଣମାଧ୍ୟମ ରେ ହେଲା ହଇଚଇ

ରାସ୍ତାରୋକ କାଳେ ହବ...

ମୁଖିଆ କୁ କାଳେ ଉପର ମହଲୁ

ମିଳିଲା ପୁଳାଏ ଟଙ୍କା

କହିଲା ଅଭାବେ କଲେ ଆତ୍ମହତ୍ୟା

ଟଙ୍କାରେ ତା ମୁହଁ ବଙ୍କା...

ସମାଜରେ ଏଇ ଭଦ୍ରେମୁଖା ଙ୍କର

କାମନା ନିଆଁରେ ଜଳି

କେତେଯେ ସୁକୁନି ହୁଅନ୍ତି ଶିକାର

ଇଜ୍ଜତ ଦିଅନ୍ତି ବଳି....


Rate this content
Log in