STORYMIRROR

Nibedita Mahanta

Children Stories Romance

3  

Nibedita Mahanta

Children Stories Romance

ଏକ ରେ ଅନେକ

ଏକ ରେ ଅନେକ

1 min
268

      ନଭ

ସ୍ରଷ୍ଟାର ସୃଷ୍ଟିିରେ ଏ କି

ଅଭିନବ ଚିତ୍ର ,

ପ୍ରଭାତେ ତପନ ରାତ୍ରେ

ଜହ୍ନର ସେ ମିତ୍ର ।

ଦିବାକର କର କୁ ଯେ

କରେ ସେ ଧାରଣ ,

ନିଶିଥିନୀ କରେ ଧରି 

କରେ ବିଚରଣ ।

ନୀଳବର୍ଣ୍ଣ ତନୁୁରେ ତା'

ବାରିଦର ଖେଳା ,

କୃଷ୍ଣ କଳା ଦେହେ ତା'ର

ତାରାର ଯେ ମେଳା ।

ବର୍ଷା ଆଗମନେ ଖ ରେ

ଖେଳେ ଯେ ଚପଳା ,

ପୁଣି ତା' କାୟାରେ ହୁଏ

ସପ୍ତରଙ୍ଗ ବୋଳା ।

ବିଧାତାର ନିହାଣରେ

କି ଯାଦୁ ଯେ ଥିଲା ,

ଏକରେ ଅନେକ ଭାବେ

ନଭକୁ ରଚିଲା ।



Rate this content
Log in