ଏକ ନୈଷ୍ଟିକ ଭାବାବେଗ
ଏକ ନୈଷ୍ଟିକ ଭାବାବେଗ
ଆସୁଛି ବହୁ ଝଡ଼ ଝଞ୍ଜା ମାନବ ଜୀବନ ପଥେ,
କରି ତନୁ ମନ ଅବଶ ଅତି ଦୁସ୍ଥ ମନୋରଥେ l
କାହିଁ କେତେ ରଥି ମହାରଥୀ ଗଲେଣି ତ ଭାସି
ଏଇ ସମୟ ନଈରେ l
ପ୍ରେମ ସ୍ରୋତ ତାର ହୋଇନିତ ଉଣା ନୀଳ ନଭ
ତଳେ ନକମି ଭ୍ରମେ ତିଳେ l
ଆମେ ଚାହିଁ ବସିଛୁ ଲଭିବାକୁ ଦିବ୍ୟ ଜୀବନ
ଦିବସ ରାତେ l
ମାନବୀୟ ବିବେକ ଆମ ଗଲାଣି ଥକି ଯୁଗଚକ୍ରେ
ଅସ୍ଥିର ଚିତ୍ତେ l
ନବ ପ୍ରଭାତ କେବେ ହେବ ଦୃଶ୍ୟମାନ ବିଶ୍ୱେ l
ବୁହାଇ ସୁସ୍ଥ ମଳୟ ଯୁବମାନସ ବୁକେ ହରଷେ l
ନୂତନ ଆହ୍ୱାନ କରିବା ଆମେ ଧରି ନାମ
ଜଗନ୍ନାଥେ l
ନେଇଯିବା ଟାଣି ଆମ ଆର୍ଯ୍ୟଧାମେ ଶାଶ୍ୱତ
ଆଲୋକ ପଥେ l
ପ୍ରେମର ଭାବ ସ୍ରୋତେ ପ୍ଲାବନ କରିଦେବା
ବସୁମାତେ l
ସଂଘର୍ଷ ବହ୍ନିରେ ପ୍ରେମର କାଗଜ ନଦେବା
ଜାଳି ସତେ l
ପ୍ରେମର ପରିଧି ନଭଚୁମ୍ବୀ ଆଉ ଭାଷା ତାର
ଚିତ୍ତ ଛୁଆଁ
ମଦନୀ ଗାତ୍ର ରଜ୍ଜୁ ନପାରେ ବାନ୍ଧି ତାକୁ କରିତ
ବୃଥା କିମିଆ l
ନର ହୃଦ ପଲଙ୍କେ ବିରାଜମାନ ସେ ତ
ଚିରସବୁକ କନ୍ୟା l
ନଚାହିଁ ସେ କିଛି ଭସାଇଦିଏ ସେ ମାନବତା
ଗୁଣ ବନ୍ୟା l
ତାର ବନ୍ୟା ସ୍ରୋତ ମାତୃ କୋଳ ଅଟଇ
ବିରାଟ ନଥାଏ ଜମା ଆବିଳତା l
ବିଶ୍ୱ ସନ୍ତାନେ ଏକ ଆରେକକୁ ମିଶାଇଚାଲେ
ସେ ନଭରି ତା ହୃଦେ ଭାବ ବିଭିଧତା l
ସାରା ବସୁଧାକୁ କରିଦିଏ ଘର ପରିବାର ତାର
ପ୍ରିୟ ବିଶ୍ୱଜନେ l
ଶାଶ୍ୱତ ମାନବୀୟ ପ୍ରେମର ଡିଣ୍ଡିମ ପିଟି ଚାଲେ
ପ୍ରେମର ପ୍ରଚାରେ ଅନୁକ୍ଷଣେ l
ଚତୁର୍ଭୁଜଙ୍କୁ କରୁଛୁ ପ୍ରାର୍ଥନା ଦେବାକୁ ଆମକୁ
ଦିବ୍ୟ ଚେତନା l
ଯାହାର ପ୍ରଭାବେ ସ୍ଥାପିବା ମର୍ତ୍ତ୍ୟ ବୈକୁଣ୍ଠ ନ
ହୋଇ ଆନମନା l
