STORYMIRROR

PRABINA KU, KHADANGA

Others

3  

PRABINA KU, KHADANGA

Others

ଏକ ଅବୁଝା ଷଡଯନ୍ତ୍ର

ଏକ ଅବୁଝା ଷଡଯନ୍ତ୍ର

1 min
157


ଜୀବନ ବଞ୍ଚିବା ଭିତରେ ଅନେକ

ଦେଖାଦିଏ ମୋଡ଼ ପ୍ରହେଳିକା

ଏହା ଏକ ଅବୁଝା ଗୁଢ଼ ରହସ୍ୟ 

ଗୁମୁରି ହୁଏ ସଂସାରେ ଏକା ।


ଦୁଃଖ ଲେଉଟାଣି ସୁଖ ମୁହୂର୍ତ୍ତରେ

ଦୁର୍ଦ୍ଦଶା ଘେରା ହୋଇ

ବିତୁଥାଏ ଜୀବନ ସଂଘର୍ଷ ଭିତରେ

ସତେ ଘନ ଅନ୍ଧାର ଛାଇ ।


ପ୍ରତି ମୁହୂର୍ତ୍ତରେ ଛଳନାର ମନ୍ତ୍ର

ଷଡଯନ୍ତ୍ର କେତେ ଚକ୍ରାନ୍ତ

ଗର୍ବ ଗାରିମାରେ ସ୍ୱାର୍ଥ ହାସଲ

ନାହିଁ ତାହାର କେବେ ଅନ୍ତ ।


ନିରବଚ୍ଛିନ୍ନ ଦୁଃଖ ଅପ୍ରମିତ ରଣ

ଝୁଲେ ମୃତ ପ୍ରତିଛବି

ମୃତ୍ୟୁ ବରଣ ପାଇଁ ଭିକ୍ଷା ମାଗୁଥାଏ

ଗଢ଼ିବାକୁ ନିଜ ସମାଧି ।


ନୀରବରେ ଲୁହ ଜହର ସାଜୁଛି

କ୍ଷଣେ କ୍ଷଣେ ସରେ ଆୟୁଷ

ପ୍ରକୃତ ପରିଚୟ ମୁଖା ପିନ୍ଧୁଥାଏ

ଅସ୍ତିତ୍ୱର ଅବୁଝା ରହସ୍ୟ ।


Rate this content
Log in