STORYMIRROR

Arun Kumar Mohanty

Others

2  

Arun Kumar Mohanty

Others

ଏଇତ ଜୀବନ

ଏଇତ ଜୀବନ

1 min
4.9K



କେବେ ଆସେ ସୁଖ କେବେ ପୁଣି ଦୁଃଖ

କେବେ ଅସହ୍ୟ ଯନ୍ତ୍ରଣା

ଜୀବନର ଖେଳ ଦୁଇ ଦିନ ବନ୍ଧୁ

ବିଧାତାର ଗୁପ୍ତ ମନ୍ତ୍ରଣା.....!!


ଅସାର ନୁହଇଁ ମାୟାର ସଂସାର

ବନ୍ଧା କପଟ ଛଳନା

ଭରଷା ବିଶ୍ୱାସ ଭାଙ୍ଗେ ନିତି ଏଠି

ସତେକି ମାଟି ଖେଳନା.....!!


ଜୀବନର ଅଙ୍କ ନୁହଁଇ ସହଜ

କଷୁଥା ଧନ ମନରେ

ସଫଳତା ତୋତେ ମିଳିବ ନିଶ୍ଚୟ

ଥିଲେ ସୁ ବୁଦ୍ଧି ଚିତ୍ତରେ.......!!


ସ୍ନେହ ଶ୍ରଦ୍ଧା ପ୍ରେମ ମିଶାଇଲେ ଜାଣ

ଜୀବନ ହେବ ସାର୍ଥକ

କ୍ରୋଧ ହିଂସା ଛଳ ଫେଡି ନ ପାରିଲେ

ହୋଇବ ନିଶ୍ଚେ ଘାତକ,......!!


ଜୀବନରେ କିଏ ପୁଣ୍ୟ କାମ କରି

ରଖିଯାଏ ନିଜ ନାମ

କିଏ ପୁଣି ଏଠି ମରଣ ଶଯ୍ୟାରେ

ଭୋଗୁଥାଏ କଲା କର୍ମ........!!


କାଳ ନ ବୁଝଇ ବାଳୁତ ଯୁବକ

ହୋଇଯା ତୁ ସାବଧାନ

କେହି ରହି ବେନି ଭବ ଭୂମି ତଳେ

କାହିଁ କରୁ ଅଭିମାନ....!!

ଅରୁଣ କୁମାର ମହାନ୍ତି

ଇଷାଣପୁର, ଯାଜପୁର

ଦୂରଭାଷ:-୭୭୧୫୦୮୧୩୦୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍