ଏଇତ ଜୀବନ
ଏଇତ ଜୀବନ


🔥 ଏଇ ତ ଜୀବନ 🔥
ଜୀବନ ସଦା ଦୋଛକି
ହତବୁଦ୍ଧି ରେଖା ରେ ଛନ୍ଦିତ
ନ୍ୟାୟ ...ଅନ୍ୟାୟ
ଧର୍ମ... ଅଧର୍ମ
କର୍ତ୍ତବ୍ୟ.... ଅକର୍ତ୍ତବ୍ୟ ର
ଦୋସନ୍ଧି ର ମଧ୍ୟଭାଗରେ
ମାପଯୁପ ଏ ଜୀବନ
କେବେ ପୁଣି ...ଅଛି ....ନାହିଁ
ସୁନ୍ଦର ...ଅସୁନ୍ଦର
ଆତ୍ମିୟ ...ପର
ଦୁଃଖ....ସୁଖ
ଗୁଡ଼ାଏ ଅଡ଼ୁଆ ପ୍ରଶ୍ନିଳ ଭାବନା
ରେ ବନ୍ଧା ଏ ଦପଦପ ଜୀବନ
ପୁଣି କେବେ ଛନ୍ଦି ହୋଇଯାଏ
ଧର୍ମ ସଙ୍କଟ ର ମର୍ମେ ମର୍ମେ
କେବେ ନିକିତି ର ପଳା
ସରଳରେଖା ତ କେବେ ଭାରୀ
ଆଉ କେବେ ଟଳମଳ
ଆଉ କେବେ ତୂଳା ପରି ହାଲୁକା
ଏ ଜୀବନ ବେଳେବେଳେ
ଜାବୁଡ଼ି ଧରେ ବାସ୍ତବତା କୁ
ତ କେବେ ଫସିଯାଏ
ମାୟା ମରୀଚିକା ର କୁହେଳିକା ରେ
କେବେ ଚିରନ୍ତନ ସତ୍ୟ
ପଛେ ଅଗ୍ରସର ତ
ପୁଣି କେବେ ଅସତ୍ୟ ପ୍ରତି
ଲହର ଫସର
ଶେଷେ ହୁଏ ବାର୍ଦ୍ଧକ୍ୟ ର ଶିକାର
ମୃତ୍ୟୁ ଆସେ ନିକଟତର
ଦେହ ରୂପାନ୍ତର ହୋଇ ପାଉଁଶ
ଏହା ହିଁ ଦେହ ର ପ୍ରକୃତ ଅବଶେଷ
ସୂକ୍ଷ୍ମ ଶରୀର ରେ କରି ପ୍ରବେଶ
ସବୁଜାଣି ପାରି କରେ ଅବସୋସ।।