STORYMIRROR

MISHRA HRUSIKESH

Others

4  

MISHRA HRUSIKESH

Others

ଏଇତ ଜୀବନ

ଏଇତ ଜୀବନ

1 min
239

ମୁଁ କୁହେ

ଏଇତ ଜୀବନ

ଜୀବନ ନୁହଁଇ ଘାସ ଗାଲିଚାର

କଅଁଳ ସବୁଜ ଘାସ,

ଜୀବନଟା ପରା ଚିର କଣ୍ଟକିତ

ବଂଚିବାକୁ ହେଲେ ହସ। 


ମରିବା ତ ଭାଇ ସବୁଠୁ ସହଜ

ବଂଚିବାଟା ଏଠି କଷ୍ଟ,

ସାମାନ୍ୟ ଦୁଃଖରେ ଭାଙ୍ଗିଗଲେ ଜାଣ

ଜୀବନ ହୁଅଇ ନଷ୍ଟ।


ସୁଖ ଦୁଃଖ ଅଟେ ଗୋଟିଏ ମୁଦ୍ରାର

ଉଭୟ ପାର୍ଶ୍ଵ ଭଳି,

ସବୁ ଜାଣି ପୁଣି ମଣିଷ ମଧ୍ୟରେ

ବଞ୍ଚିବାକୁ ଲାଗେ କଳି।


ଦିନ ପରେ ରାତି ରାତି ପରେ ଦିନ

ଏଇତ ସଂସାର ନୀତି,

ସୁଖରେ ହସଇ ମଣିଷ ବିଚରା

ଦୁଃଖେ କାନ୍ଦେ ଦିନ ରାତି।


ରାତି ଅଛି ବୋଲି ଦିନ ଖୋଜାପଡ଼େ

ନୋହିଲେ ତାର କି ମୁଲ,

ଜୀବନେ ସେପରି ଦୁଃଖ ଆସେ ବୋଲି

ସୁଖ ସ୍ୱର୍ଗ ସମତୁଲ।


ତେଣୁ ଅନୁରୋଧ କରଇ ମୁଁ ଦାସ

ଜୀବନେ ନ କରି ରୋଷ

ସୁଖ ଦୁଃଖ ସବୁ ଆପଣାର କରି

ଜୀବନରେ ତୁମ୍ଭେ ହସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍