STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଏଇତ ଜୀବନ

ଏଇତ ଜୀବନ

1 min
398


ଜିତିବା ହାରିବା ଜୀବନରେ ବନ୍ଧୁ 

ମୁଦ୍ରା ଦୁଇ ପାର୍ଶ୍ବ ସମ

ଆଜି ଅଛି ଯହିଁ ପ୍ରତାରଣା ବହ୍ନି 

କାଲି ଭରିଥିବ ପ୍ରେମ..!


ରାତି ନଥିଲେ କି ଦିବାଲୋକ ମୂଲ୍ୟ 

ବୁଝନ୍ତା ଏ ଦୁଇ ଆଖି

ଦୁଃଖ ଦରିଆ'ର ଦୁଇ କୂଳେ ପରା

ସୁଖ'ଟି ଚାହେଁ ନିରେଖି..!


ଝୁଣ୍ଟିଲେ ଶିଖିବ ଚାଲିବା କୌଶଳ 

ଖସିଲେ ଉଠିବ ପାଦ

ପ୍ରତାରିତ ହେଲେ ମଣିଷ ଚିହ୍ନିବ 

ପ୍ରକୃତ ମଣିଷ ଭେଦ..!


ଆଜି ଅଛି ଯିଏ କାଲିକି ନଥିବ

କ୍ଷଣ ଭଙ୍ଗୁର ଏ ସଂସାର 

ଆଜି ହସେ ଯହିଁ ରଙ୍ଗୀନ ଆଲୋକ

କାଲି ଘୋଟିଯିବ ଅନ୍ଧାର..!


ଫୁଟିଲା ଫୁଲଟି ଅବଶ୍ୟ ମଉଳି

ବାସ ଝରି ହେବ ଶୂନ

ବେଳାଭୂମି ପରେ ଅଙ୍କା ପାଦଚିହ୍ନ 

ତରଙ୍ଗେ ହେବ ନିଶ୍ଚିହ୍ନ..!


ବିବର୍ତ୍ତନ ପଥେ କିଛି ନୁହେଁ ସ୍ଥାୟୀ 

ଅସ୍ଥାୟୀ ଅସ୍ତିତ୍ବ ତୋର

ଆଜି ଅଛି ଯିଏ ଅତି ଆପଣାର 

କାଲି ହେବ ସାତପର..!


ସତ୍ୟ ଶାନ୍ତି ଦୟା କ୍ଷମା ମହାଗୁଣ

ଜୀବନର ଶ୍ରେଷ୍ଠ ବ୍ରତ

ଏ ମନ୍ତ୍ରେ ମନ୍ତ୍ରିତ କରି ନିଜ ପଥ

ଚାଲ୍ ବନ୍ଧୁ ଅବିରତ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍