STORYMIRROR

Niranjan Sahu

Others

2  

Niranjan Sahu

Others

ଏଇତ ଜୀବନ

ଏଇତ ଜୀବନ

1 min
14.1K


ଜୀବନ....

ଜୀବନ ର ମାନେ କଣ

ଖାଲି,

ଜଂଜାଳମୟ ଜୀବନ କଟେଇବା,

ଧନ ପଛରେ ଗୋଡେଇ ଗୋଡେଇ

ନୟାନ୍ତ ହେଇଯିବା,ସୁଖକୁ ପଛରେ ପକେଇ,

ଏକ ଯନ୍ତ୍ର ଚାଳିତ ମେସିନ ଭଳି,

ଅହରହ କାମରେ ଲଗେଇବା,

ସର୍ବଦା ମୁଣ୍ଡକୁ ଟେନସନରେ ରଖିବା,

ବସିଲେ,ଉଠିଲେ,ଖାଇଲେ,ଶୋଇଲେ

ଖାଲି ଟେନସନ ଟେନସନ,

ନା ଶାନ୍ତିରେ ଖାଇବ,ନା ଶାନ୍ତିରେ ଶୋଇବ

ନା ଶାନ୍ତିରେ ବସିବ,ନା ଶାନ୍ତିରେ ଉଠିବ,

ଶାନ୍ତିରେ ନିଜଲୋକ ସହ କଥାହେବା ପାଇଁ ବି ସମୟ ଅଭାବ

ଆରେ ଭାଇ

କର୍ମମୟ ଜୀବନରୁ କିଛି ସମୟ ତ ବାହାର କର

ନିଜ ଶରୀର କୁ ଖୁସି ଦେବାପାଇଁ,

କିଛି ନହେଲେ ନିଜ ଆତ୍ମା ତ ଖୁସିପାଇବ

ନହେଲେ

ଆତ୍ମା ହିଁ କହିବ

ସତରେ ଶରୀରଟା କେଡେ ନିଷ୍ଠୁର

ଜୀବନର ଅପରାହ୍ନରେ ପହଁଚିଲା

ଦୁଇ ଗୋଡ଼ରୁ ତିନି ଗୋଡ଼ ହେଇଗଲା ସିନା,

ଶରୀର କୁ ଟିକିଏ ସୁଖଦେଲାନି,

ଧନ୍ୟ ଧନ୍ୟ ରେ ଶରୀର,,

ଧନ୍ୟ ତୋର ଚିନ୍ତା ଧାରେ,

ସତରେ କଣ ଏହାହିଁ ଜୀବନ...?


ନିରଞ୍ଜନ ସାହୁ


Rate this content
Log in