STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ଏଇମିତି ହସୁଥା

ଏଇମିତି ହସୁଥା

1 min
259

ଏମିତି ଏକ ହସ

ତୁହି ଏକା ହସି ପାରୁ

ଯାହାର ମୁଣ୍ଡରେ କିଛି ନାହିଁ

ଏକଦମ୍ ଅଚିନ୍ତା

ଆମ ମୁଣ୍ଡରେ ତ ହଜାରେ ଚିନ୍ତା

ରାଗିବାକୁ, ରୁଷିବାକୁ, ଈର୍ଷାରେ ଜଳିବାକୁ

ବେଳ ଅଣ୍ଟେନି ଆମକୁ,

ଆଉ ଏ ବେକାରରେ ହସିବାକୁ

ବେଳ କାହିଁ?


ଏମିତି ଏକ ହସ

ତୁହି ଏକା ହସି ପାରୁ

ଯାହାର ହସିବାକୁ କାରଣ ଲୋଡା ନାହିଁ

ଆମର ତ ଦିନ କଟେ

ହାନି ଲାଭର ହିସାବ କିତାବରେ

ଜୀବନକୁ ବିକି ଦେଉ

ଧନ ସମ୍ପଦ ଓ ମିଛ ଲାଳସା ପାଖରେ।

ବିକ୍ରି ହୋଇ ଯାଇଥିବା ଲୋକ

କ'ଣ କେବେ ହସି ପାରେ?


ଏମିତି ଏକ ହସ

ତୁହି ଏକା ହସି ପାରୁ

ଯେ ହସେ ସତରେ ସତରେ

ଆମେ ତ ହସୁ ନାହିଁ

କେବେ ଦାନ୍ତ ନିକୁଟାଉ

କେବେ ଅଟ୍ଟହାସ୍ୟ କରୁ

କେବେ ହସିଲା ପରି ମୁଖାଟିଏ

ଫଣଫଣ ମୁହଁରେ ଲଗାଉ।


ଏମିତି ଏକ ହସ

ତୁହି ଏକା ହସି ପାରୁ

କାରଣ ତୋ ପାକୁଆ ପାଟିରେ ଦାନ୍ତ ନାହିଁ।

ଆମର ତ ଦୁଇ ଧାଡ଼ି ଦାନ୍ତ

ସବୁ ବେଳେ କାମୁଡ଼ିବାକୁ ରେଡି

କାମୁଡି ଗୋଡାଉଥିବା ଲୋକ

କ'ଣ କେବେ ହସି ପାରେ?


ଏମିତି ଏକ ହସ

ତୁହି ଏକା ହସି ପାରୁ

ସଂପୂର୍ଣ୍ଣ ଅଦଭୂତ ଲଙ୍ଗଳା ଏକ ହସ

ଆମେ ତ ଘୋଡାଉ ଥାଉ 

ଅନେକ କିଛି ଛି ଛି ଅସନା ଅଳିଆକୁ

ଆମେ ସଜେଇ ହେଉ ଆଇନା ଆଗରେ

କାରଣ ଆମେ ବାହାରେ ଗୋଟିଏ

ଭିତରେ ଗୋଟିଏ

ସକୁନୀ କଣ କେବେ ତୋ ପରି

ନିର୍ମଳ ହସଟାଏ ହସିପାରେ?


ତୁ ଏମିତିକା ହସୁଥା ରେ

ତୋତେ ଦେଖି 

ଆମର ମନେ ପଡିଯିବ

ଆମର ସେ ଦିନ

ଯେବେ ଆମେ ଅର୍ଖ ନୂଆ ଥିଲୁ

ଏଠିକାର ଧୂଳି ମଳି ଠାରୁ ଅଛୁଆଁ

ସେତେବେଳେ 

ଆମେ ବି ନିଶ୍ଚୟ ଏଇମିତି

ତୋ ପରି ହସୁଥିବୁ।



Rate this content
Log in