STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ଏଇ ଉତ୍କଳେ

ଏଇ ଉତ୍କଳେ

1 min
244

ଉତ୍କଳ ଆମର ଗୌରବ ଭରା

ମହତ ଜନଙ୍କ ପାଇଁରେ

ଭୁଲିକି ପାରିବା ଏ ଜାତିର ଗର୍ବ

ସେ କଥା ମନେ ପଡୁ ନାହିଁରେ


ଆଗେଇ ଚାଲ ଆଗେଇ ଚାଲ

ଜାତି ପ୍ରୀତି ପ୍ରେମ ବଳରେ

ଇତିହାସ ତାର ଗୌରବ କହେ

ଏଇ ଉତ୍କଳ ଭୂଇଁରେ 


ଭଞ୍ଜ ଉପେଇନ୍ଦ ରଖିଗଲେ ଯଶ

ଏହି ଉତ୍କଳ ଭୂଇଁରେ

ଅନ୍ଧାରି ମୁଲକେ ଆଲୁଅ ଜାଳିଲେ

ବୈଦେହିଶ ବିଳାସ ବଳରେ 


ଇତିହାସ ତାର ପୂର୍ବ କଥା କହେ

ଧଉଳି,ଉଦୟଗିରି ଗୁମ୍ଫାରେ

ଉତ୍କଳ ଯାର କଳା ଗୌରବ

ଆଜି ଗର୍ବେ ଟେକିଛି ମଥାରେ


ଚିଲିକାର ଯାର ଛବି ଆଙ୍କିଯାଏ

ବିହଙ୍ଗମ ପକ୍ଷୀ ମେଳରେ

ଇତିହାସ ଯାର ଗଡ କଥା କହେ

ପୁରୀ ନିଳାଚଳ ଧାମରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍