STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

ଏଇ ତ ଦୁନିଆଁ

ଏଇ ତ ଦୁନିଆଁ

1 min
138

ଏଇ ତ ଦୁନିଆଁ

ଚାରିଆଡେ ଖାଲି ଧୂଆଁ ଧୂଆଁ,

କିଛି ପାଉଛି ଯିଏ

ନିଜେ ଜଳି ଜାଳୁଛି ନିଆଁ।

ପଦ ପଦବୀର ମଣିଷ

ବଡ ବଡିଆ ବୁଲାଇ ଭୁଆଁ

ଖୋଜି ବୁଝି ସାଉଁଟି ବୁଲନ୍ତି ମଣିଆଁ,

ସବୁଦିନେ ମହଙ୍ଗା ଏଠି

ଭାବ ବିନିମୟେ ମଣିଷ ପଣିଆଁ।


ଏଣୁ ତେଣୁ କରି କେହି

ଗୋଟାଇ ଆଣିଲେ ମେଞ୍ଚାଏ

ସଭିଏଁ ଦେଖନ୍ତି ତା ପାରିବାପଣିଆଁ,

ପାଇବାକୁ କିଛି ଆଶାରେ

ଅନେକେ କରନ୍ତି ନମଃ ନମଃ

କରିଦେଲା ପରି କିମିଆଁ

ଏଇ ତ ଦୁନିଆଁ...।


ଏଠି ମଣିଷ ହେଲେ ବି ଚନ୍ଦା

ମୁଣ୍ଡ କୁଣ୍ଡାଇ ହେବାକୁ 

ଖୋଜୁଥାଏ ପାନିଆଁ,

ଯେତେ ସୁନ୍ଦରୀ ରୂପବତୀ ହେଉ

ସିଙ୍ଗାଣିନାକି ଗାଁ କନିଆଁ।


ଗୁଣ ନ ଥାଇ ହୁଏ ଜଣେ ଗୁଣିଆଁ

ଲୁହା କାମ କରୁଥିବା ଲୋକ

ବୋଲାଇ ହୁଏ ସେ ବଣିଆ,

ମୌକା ଦେଖି ଜଗି ବସି

ଜଣେ ଜଣକ ପାଇଁ ଖୋଳେ ଖଣିଆ

ଏଇ ତ ଦୁନିଆଁ...।


ନିଶା ପାଣି ନିବାରଣ

ବନ୍ଦ କର ବୋଲି କହି କରାନ୍ତି ଛାନିଆଁ,

ଭିତରେ ଭିତରେ ନିଶାଦ୍ରବ୍ୟ ସବୁ

ଉତ୍ପାଦନ କରି ଫାଇଦା ପାଇଁ

ଟିହାଇ ଖୁଆନ୍ତି କରିବାକୁ ଅମାନିଆଁ।


ଏଠି ମହାମାରୀଠାରୁ

ଲାଞ୍ଚ ମିଛ ଅନୀତି ବ୍ୟଭିଚାରର

ରୋଗ ବେଶି ଡିଆଁ,

ମାନସିକତାରେ ମାନବିକତାରେ

ବ୍ୟାପି ଚାଲେ ଅଦୃଶ୍ୟଭାବେ

ନ ପାଇଲେ ବି କାହାରି ଛୁଆଁ

ଏଇ ତ ଦୁନିଆଁ...।


କହିଲେ କାହାକୁ ଶୁଣୁଛି କିଏ

ସେ ତ ଆକାଶ କୟାଁ

ତୋଳିବାକୁ ବଢାଇଲେ ହାତ

ଦୂରେ ଦୂରେ ରହିଯାଏ

ପାଟି ହୁଏ ସରସର ପାଣିଆ,

ଚୁପ୍ ଚାପ୍ ଘରେ ବସି

ମନସ୍ତାପ କରୁ

କହି ପାରୁନା କିଛି ପାଟି କରି ଆଁ

ଏଇ ତ ଦୁନିଆଁ...।

  *** *** ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍