STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ଏଇ ସନ୍ଧ୍ୟାରେ ଆଜି

ଏଇ ସନ୍ଧ୍ୟାରେ ଆଜି

1 min
759


ଏଇ ସନ୍ଧ୍ୟାରେ ଆଜି

ବିପୁଳ ପୁଲକ ରାଜି

ହୃଦୟେ ଖେଳେ ,

ଅନ୍ତର ତଳୁ

ଭାବନା ସରିତ ।

ଉଦ୍ ବେଳେ ଉଦ୍ ବେଳେ।

କିଏ କହିଦିଏ

ପାନ୍ଥ ହେ ତୁମେ

ବଦଳାଅ ତୁମ ପଥ,

ନିଃଶ୍ବାସର ଏ

ବିଶ୍ବାସ ଦିନେ

ଭାଜି ଅଟକିବ ରଥ ।

ବିଷୟାର ବିଷ ମୋହ

ଅଢେଇ ଦିନର

ଲୁହ ଲହୁ ଆଉ

ଛାତିରେ ଅସରା କୋହ।।

କୈଳାସ ଚନ୍ଦ୍ର ପାଢୀ।କୁମାରପୁର।

ଭଦ୍ରକ।


Rate this content
Log in