STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

,ଏଇ ନୂଆ ସୂରୁଜ ର ଛବି

,ଏଇ ନୂଆ ସୂରୁଜ ର ଛବି

1 min
252

•       ଏଇ ନୂଆ ସୂରୁଜ ର ଛବି

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ମୁଁ ଏକ ନୂଆ ସୂରୁଜ ର ଛବି

• ପୂଣ୍ୟ ସକାଳ ରେ ଶୁଭ୍ର ଆଲୋକରେ

• ପରାଚି ଗଗନେ ଉଦୟ ହୋଇଛି ଆଜି  ।।

• ମୋ କଅଁଳ କିରଣ କରି ବିକିରଣ

• ସୈାର୍ଯ୍ୟ,ବିର୍ଯ୍ୟ ଭରି ଦେବି , ମୁଁ ନୂଆ ସୂରୁଜ ର ଛବି

• ଶୁଭ ସଉରଭ ବାସ ଛୁଟୁଥିବ

• ଧରଣୀ ରାଣୀ କୁ , ନୂଆ ରୂପେ ସଜାଇବି

• ମୁଁ ନୂଆ ସୂରୁଜ ର ଛବି  ।।

• ଭାଙ୍ଗିବି ଅନ୍ଧାର ବିହଙ୍ଗମ ରୋଳେ

• ମଧୁ ମଧୂପ ଗୁଞ୍ଜନ

• ଆହାକି ଭଙ୍ଗୀରେ ବିଚିତ୍ର ଚିତ୍ର ରେ

• ମୋହି ବି ସବୁରି ମନ ,,

• ମୋ କିରଣ ରାଶି ପାଇଁ ବସୁମତୀ

• ରୂପ ପ୍ରକାଶିବ , ଯଥା ଏକ ନୂଆ ଉର୍ବୀ

• ମୁଁ ଏକ ନୂଆ ସୂରୁଜ ର ଛବି ।।

• ପ୍ରଭାତ ଶିକର ନବ ଦୂର୍ବାଦଳ

• ଶୀରେ ହୀରାର ଭ୍ରମ

• ମୋ କର ପରସେ ସରଜେ ସରସେ

• କରେ ଚିତ୍ତ ବିନୋଦନ ,,

• ମାନବ ଜାତିର ଶୁଭ ମନାସି ମୁଁ

• ଅଶାନ୍ତ ଦୂରେଇ , ଶାନ୍ତି ର ବାରତା ଦେବି

• ମୁଁ ଏକ ନୂଆ ସୂରୁଜ ର ଛବି ।।



Rate this content
Log in