ଏଇ ମୋ ଗାଁ
ଏଇ ମୋ ଗାଁ
ଆଜି ବି ମନେପଡେ
ଚାଳଛପର ତିଆରି ଘର
ନଥାଏ ଏଠି ଚୋରର ଡର l
ଘସିଜାଳି ମାଁ ବନାନ୍ତି ଖାନା
କାହା ମନ କରନ୍ତିନି ଉଣା l
ଆଜି ବି ମନେପଡେ
ପଖାଳ ଭାତ ଓ ସାଗ ଭଜା
ମାଣ୍ଡିଆ ଜାଉ ଖାଆନ୍ତି ଅଜା l
ପୂନେଇ ପର୍ବେ ନାନା ପ୍ରକାରେ
ପିଠା ବନାନ୍ତି ଅତି ସୁନ୍ଦରେ l
ମାଣବସା ଗୁରୁବାରେ ପୁଣି
ରଜ ପର୍ବେ ଆନନ୍ଦେ କରନ୍ତି l
ଆଜି ବି ମନେପଡେ
ପୋଡପିଠା ଠୁ ଚାଉଳ ଖିରି
ପରମ୍ପରାକୁ ରଖିଛେ ଜାରି l
କୋଇଲିର କୁହୁ କୁହୁ ଗୀତ
ମନେପଡେ ମୋ ଗାଁର ଅତିତ l
ଆଜି ବି ମନେପଡେ
ସଂନ୍ଧ୍ୟା ବେଳର ଗୋଧୂଳି ବାସ୍ନା
ମାଟି ତିଆରି କଣ୍ଡେଇ ଖେଳନା l
ବର୍ଷାଦିନେ ଭିଜା ମାଟି ବାସ୍ନା
କାଗଜରେ ତିଆରି ଡଙ୍ଗା l
ଆଜି ବି ମନେପଡେ
ନୂଆ ବୋହୂର ହାତେ ଓଢଣା
ଆମ୍ବ ତୋଟାରେ ଦୋଳି ଝୁଲଣା l
ସବୁଜ ଭରା ଶସ୍ୟ ଫସଲ
ଗାଁ ର ପବନ ଲାଗଇ ଭଲ l
ଢେଙ୍କିରେ ଧାନ ମାଣ୍ଡିଆ କୁଟା
ଶେଳ ରୁଭୁଣାରେ ବେଶର ବଟା l
ରହିଛି ରହିବ ରହିଥିବ
ଗାଁ ସଂସ୍କୁତି ଗର୍ଭ ଗୋରବ l
ଏଇ ମୋର ଗାଁ ଭାରିସୁନ୍ଦର
ନଥାଏ ଏଠି ଆପଣାପର l
ସଭିଁଏ ଏଠି ଏକ ପରିବାର
ଜଣଙ୍କ ଦୁଃଖରେ ଗାଁ ଏକାକାର l
ମିଳିଥାଉ ଏଗାଁକୁ ସୁଖସମ୍ମାନ
ବଢିଯାଉ ମୋ ଜ୍ଞାନ ସ୍ବାଭିମାନ l
ଭୁଲିନଯିବ ଆଗାମିପିଡି
ପରମ୍ପରାକୁ ଧରିବ ଯାବୁଡି l
