STORYMIRROR

Nirupama Naik

Others

4  

Nirupama Naik

Others

ଏଇ କିଛି କଥା

ଏଇ କିଛି କଥା

1 min
23.7K

ଅଧା ରହିଯାଏ କିଛି କଥା ମୋର

ହୁଏ ମୁଁ କୁଣ୍ଠାବୋଧ

କହିବି ବୋଲି ଚେଷ୍ଟା କରେ, ମନ ବାଡ଼ ବାନ୍ଧିଦିଏ

କାଳେ ହେଇଯିବ ଅପରାଧ

କିଛି ଇଛା ମୋର ମନେ ମରିଯାଏ

ପାରେନି ତୁମକୁ କହି

ମନ ପକ୍ଷୀ ମୋର ଛଟପଟ ହୁଏ

ଚାରି କାନ୍ଥ ମଧେ ରହି

ଉଡିବା କୁ ସିନା ଡେଣା ଦରକାର

ଆଶାବାଦୀ କୁ ମଉକା

ଚାହେଁ ଆଜି ମୁଁ କିଛି ପ୍ରୟୋଜନ

ଗଢିବି ଆଶାର ନଉକା

କିଛି କହି ଦିଏ ତୁଣ୍ଡ ଖୋଲି ମୁଁ ତ

କିଛି ନିଶ୍ୱାସ ରେ ଥାଏ ବାକି

ପ୍ରତି ନିଶ୍ୱାସ ରେ ଆଶା ବଢ଼େ ମୋର

ପ୍ରଶ୍ଵାସ ତାହାର ସାକ୍ଷୀ

ଚାହେଁ କିଛି ଏବେ କରିବାକୁ ମୁଁ ଯେ

ନିଜର ଅସ୍ତିତ୍ବ ପାଇଁ

ତୁମେ ତ କରୁଛ ସବୁକିଛି ଜାଣେ

ମୋର ଦାଇତ୍ୱ କି ନାହିଁ?

ସାଥି ମାନେ ବୁଝେ ସମ ଅଧିକାର

ସମାନ କର୍ତ୍ତବ୍ୟ ବୋଲି

ଗୋଟେ ପାଦ ମୋର ଆଗକୁ ବଢିଲେ

ପାରନ୍ତି ତୁମ ସାଥେ ଚାଲି

ଚାହେଁ ସ୍ବପ୍ନ ସବୁ ଯଥାର୍ଥ କରିବି

ଲୋଡ଼େ ତୁମ ସହାୟତା

ବାକି ଥିଲା ଯାହା ଲେଖି କହିଦେଲି

ମୋର ଏଇ କିଛି କଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍