STORYMIRROR

Aruna Kar

Others

3  

Aruna Kar

Others

ଏଇ ଜୀବନ

ଏଇ ଜୀବନ

1 min
26.2K



ସୁଖରେ ନୟନୁ ଶ୍ରାବଣର ଧାରା

ଅନ୍ତରୁ ଆସଇ ଝରି

ଦୁଃଖରେ ହୃଦୟ ଫାଟି ଯାଏ ସିନା

ମୁଁହ ହସେ କିରି କିରି


କଳା ଓଢଣୀ ରେ ସୁସଜ୍ଜିତ ହୋଇ

ଦୁଃଖ ଯେତେବେଳେ ଆସେ

ତା'ଚାରି ପାଖରେ ଅଦୃଷ୍ଟର ଛାଇ

ଖାଲି ଚିକ୍ ଚିକ୍ ଦିଶେ


ଚିକ୍ ଚିକ୍ ଲାଲ ଓଢଣୀ ଭିତରେ

ସୁଖ ଆସେ ଦୁଃଖ ନେଇ

ବୁଜି ହୁଏ ନାଁହି ଚିହ୍ନି ହୁଏ ନାଁହି

ସେ ପ୍ରତାରଣା ର ଛାଇ


ପ୍ରବଞ୍ଚନା ର ସେ ଲହରୀ ମଧ୍ୟରେ

ଭାସି ଯାଏ ସ୍ଵପ୍ନ ତରୀ

ସତ ମିଛ ସବୁ ପରଖି ହୁଏନି

ଜୀବନ ଟା ଯାଏ ସରି


ସୁଖ ଭାଙ୍ଗି ଦିଏ ସୁଖର ନୀଡକୁ

ମନ ଭାଙ୍ଗି ଦିଏ ମନ

ଦୁଃଖ ଦିଏ ଧୈର୍ଯ୍ୟ ଅସୀମ ସାହାସ

ବଞ୍ଚିବାର ସମ୍ମୋହନ


ଅରୁଣା କର

15:09:18

ଭୁବନେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍