STORYMIRROR

Sidheswar Tripathy

Others

3  

Sidheswar Tripathy

Others

ଏଇ ବରଷା ୠତୁରେ

ଏଇ ବରଷା ୠତୁରେ

1 min
13.8K


ଗଲା ସନ ଏଇ ବରଷା ଋତୁରେ

ତୋ ସାଥୀରେ ଦେଖା ହେଲା

ପ୍ରଥମ ଦେଖାର ପଦିଏ କଥାରେ

ମନ ମୋର ହଜିଗଲା ।

ଧୀରେ ଧୀରେ କଥା ଆଗକୁ ବଢ଼ିଲା

ଆଖିରେ ମିଶିଲା ଆଖି

ମନ ସିଲଟରେ ସାରା ଜୀବନକୁ

ନାଁ ତୋର ଦେଲି ଲେଖି ।

ତୋର ମିଠା କଥା ଆଉ ନୀରବତା

ଜୀବନକୁ ମୋହି ନେଲା

ଗଲା ସନ ଏଇ ବରଷା ଋତୁରେ

ତୋ ସାଥୀରେ ଦେଖା ହେଲା - - - -

ସେ ବରଷା ଦିନେ ହସ ଦେଇଥିଲା

ଏବେ ଦେଇଗଲା ଲୁହ

ଟୋପାଏ ସିନ୍ଦୂର ବଦଳାଇ ଦେଲା

ଦୁହିଁଙ୍କର ପରିଚୟ ।

ଏ ବରଷା ମୋତେ ଲୁହରେ ଭିଜେଇ

ସବୁ ସ୍ଵପ୍ନ ଭାଙ୍ଗି ଦେଲା

ଗଲା ସନ ଏଇ ବରଷା ଋତୁରେ

ତୋ ସାଥୀରେ ଦେଖା ହେଲା - - - -

ସିଦ୍ଧେଶ୍ଵର ତ୍ରିପାଠୀ


Rate this content
Log in