STORYMIRROR

Barsha Swain

Others

3  

Barsha Swain

Others

ଏଇ ଅଦିନିଆ ବର୍ଷାରେ

ଏଇ ଅଦିନିଆ ବର୍ଷାରେ

1 min
122


ଭିଜିବାକୁ ଇଛାହୁଏ ଆଜି

ଶାଗୁଆ ଲଟାରେ ଛିଟା ବର୍ଷାର ବୁନ୍ଦାରେ

ଗଢିବାକୁ ଇଛା ହୁଏ ଛୋଟ ବାଲିଘରଟିଏ

ଲହଡି ଭଙ୍ଗା ଘାଟରେ। 


ଇଛାହୁଏ ଭିଜିବାକୁ ବର୍ଷାରେ ଦିନତମାମ

ଖୋଜିବାକୁ ସେଇ ଅଝଟ ପିଲାଦିନକୁ, 

ପାଣିକାଦୁଆ ସରସର ଖସଡା ରାସ୍ତାରେ 

ଯାତାୟତ ସମୟରେ ପଡିଉଠିବା ଦୃଶ୍ୟକୁ ।


କିଛି ନୂଆ ଅନୁଭୂତି ଓ ଉନ୍ମାଦନା 

ମେଘୁଆ ଆକାଶର ଇସାରା 

ଭରି ରହିଥିଲା ଶୂନ୍ୟରେ ଆକାଶ ବକ୍ଷେ 

ହେଳେ ଅପେକ୍ଷା ନକରି ଝରିପଡିଲା ବୁନ୍ଦା,

ଲୁହ ଅବା ଲୌହୁର ଓଦାକରିଦେଇଗଲା ଧରଣୀକୁ। 


ଆଜିବି ବର୍ଷା ଆସେ ସେମିତି

କଳାବାଦଲ ଆଉ ବିଜୁଳି ଘେନି 

ହେଲେ କାଇଁ ଡରଲାଗେ ବେଶୀ ଆଜି

ଭିଜିବାକୁ ଆଉ ଖୋଜିବାକୁ ନିଜକୁ 

ଏଇ ଅଦିନିଆ ଅମାନିଆ ବର୍ଷାରେ। 


Rate this content
Log in