STORYMIRROR

Alhadini Panigrahi dash

Others

4  

Alhadini Panigrahi dash

Others

ଏହି ମୋର ପରିଚୟ

ଏହି ମୋର ପରିଚୟ

1 min
335

ହିନ୍ଦୁ ପରିବାରେ ଜନ୍ମ ରହିଛି

ମୁସଲମାନ ମୋର ସାଙ୍ଗ,

ଶିଖ,ଖ୍ରୀଷ୍ଟିଆନ, ଭାଇ, ବନ୍ଧୁ ମୋର

ସଭି ଙ୍କୁ ଦିଏ ସମ୍ମାନ ।


ହେଉ ପଛେ ଭିନ୍ନ ଆମ ଭାଷା, ଧର୍ମ

ଆମ ମନ ଭିନ୍ନ ନୁହେଁ,

ଶିଖ,ଇସାଇ,ହିନ୍ଦୁ, ମୁସଲମାନ,

କେହି ତ ଅଲଗା ନୁହେଁ ।


ସଭିଙ୍କ ଦେହରେ ,ଶିରା,ପ୍ରଶିରାରେ

ବହୁଛି ତ ଲାଲ୍ ରକ୍ତ ,

ଭାରତର ମାଟି ,ପାଣି,ପବନରେ

ଆମର ଏ ଦେହ ଶକ୍ତ ।


ଗୋଟିଏ ମା ର ସନ୍ତାନ ଆମେରେ

ସମସ୍ତେ ତ ଭାଇ, ଭାଇ

ମିଳିମିଶି ସର୍ବେ ଚଳିବା ଆମେରେ

କନ୍ଦଳ କାହିଁ ପାଇଁ ।


ଜାତି ତ ଆମର ଭିନ୍ନ ଭିନ୍ନ ନୁହେଁ

ଜାତି ଆମ ଭାରତୀୟ,

ମାନବିକତା ଧର୍ମ ଆମର

ଏହି ଆମ ପରିଚୟ ।


Rate this content
Log in