STORYMIRROR

pratap nayak

Others

3  

pratap nayak

Others

ଏହି ମୋକ୍ଷ ଦେ ମୋତେ

ଏହି ମୋକ୍ଷ ଦେ ମୋତେ

1 min
14.3K


ମୁଁ ଚାହେଁ ମୋକ୍ଷ ଏଇମିତି

ଦେଖୁ ଥିବି ତୋ ଲୀଳା ଖେଳା ନିତି

ଅଧରରୁ ଝରୁଥିବ ତୋ ନାମ ସଂଗୀତ

ପାଦ ଗୋଳି ହେଉଥିବ ତୋ,ସରଧା ବାଲିରେ

ତୋ ମଥାରେ ଦେଖୁଥିବି ନୀଳଚକ୍ର

ହାତ ହଲେଇ ଠାରୁଥିବ ତୋ ପତିତପାବନ

ଟାହିଆରେ ଝୁଲି ଝୁଲି ଆସୁଥିବୁ

ଯାଉଥିବୁ ବୁଲିବାକୁ ତୋ ମାଉସୀ ଘର

ବାଣ୍ଟିବୁ ଆଡପ ଆବଡା ମୋତେ

ବାହୁଡିବୁ ନଅଦିନେ ହେବୁ ସୁନା ବେଶ

ଅଧର ପଣା ତୋ ପାଉଥିବି ହାତ ପାତି

ଦେଖିବି ନିଳାଦ୍ରୀବିଜେ ଚର୍ମ ନୟନରେ

ବାମନରେ ନନ୍ଦିଘୋଷେ ତୋର

ଦେଖିଦେଲେ ପୁନର୍ଜନ୍ମ ନାହିଁ?

ଫେରେଇ ନେ ତୋ ମୋକ୍ଷ

ନହେବାର ତୋ,ପୁନର୍ଜନ୍ମ

ଜନମ ପରେ ଜନମ ଦେ ମୋତେ

ଏ ଯୋନି ଚକ୍ରରେ

ଭଜୁଥିବି ମଞ୍ଜୁଥିବି ତୋ ଚକା ଆଖିରେ

ବୁଲୁ ଥିବି ଝୁଲୁଥିବି ତୋ,ଭକ୍ତି ପ୍ରେମରେ

ଏହି ମୋକ୍ଷ ଦେ ମୋତେ

ଏହି ମୋକ୍ଷ ଦେ ।।

ପ୍ରତାପ ନାୟକ

୭୦୦୮୦୫୪୨୮୨


Rate this content
Log in