STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଏହି ମୋହର ଶେଷ କାମନା

ଏହି ମୋହର ଶେଷ କାମନା

1 min
200

ଦୁଃଖୀ ଦୁଃଖ ବାରେ ଶୁଣିଲେ ସିନା ହେ ଗୋସାଇଁ

ଦୁଃଖୀ ଦୁଃଖ ଭାର ହୋଇଯିବ ଦୂର 

ନୀଳଚକ୍ରେ ଉଡୁଥିବ ତ ବାନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।


ପତିତପାବନ ସେ ବାନାର ନାମ ଜଗତ ସେ କଥା ଜାଣଇ

ବଧିର ହୋଇଲେ ଡାକ ନ ଶୁଣିଲେ

ଗଉରବ ଗାଥା ଲିଭିବ ସିନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।


ତୁମରି ଦୁଆରେ ଆରତ ଆତୁରେ ଦେଖ କେତେ ଲୁହ ଢାଳଇ

ଦେଖି ନ ପାରୁଛ ଆହେ ପଦ୍ମ ମୁଖ

କୋହ ଲୁହ ତା’ର ବାନ୍ଧୁଛି ଦାନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।


ଜଗତର ନାଥ ଦୁଃଖୀର ସଙ୍ଗାତ ନୀଳାଚଳେ ବସି କିମ୍ପାଇଁ 

ଷାଠିଏ ପଉଟି କରିଦିଅ ଚଳୁ

ପେଟ ପୋଡିଯାଏ ନ ପାଇ ଦାନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।


ସୁରମ୍ୟ ମନ୍ଦିରେ ରତନ ବେଦୀରେ ଆସିନ ବିଳାସୀ ହୋଇ

ଖୋଲା ଆକାଶର ତଳେ ମୁଁ ପଡ଼ିଛି

ଡାକିଲେ ମୋ ଡାକ ନକର ଘେନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ….।।


ତଥାପି ତୁମର ମନ୍ଦିର ବାହାର ପ୍ରାଙ୍ଗଣରେ ଥାଇ ଡାକଇ

ପ୍ରଫୁଲ୍ଲ ବିକଳ ଶୁଣ ଆଦିମୂଳ

ଏତିକି ମୋହର ଶେଷ କାମନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।



Rate this content
Log in