STORYMIRROR

Dr Baman Chandra Dixit

Children Stories

4  

Dr Baman Chandra Dixit

Children Stories

ଏହି ମୋ ଜୀବନ ଚକ୍ର

ଏହି ମୋ ଜୀବନ ଚକ୍ର

1 min
280


କୁନା ବୁଲୁଥିଲା ଫୁଲ ବଗିଚାରେ 

ଲାଗିଲା ବିରକ୍ତ ଅତି

ଏଣିକି ତେଣିକି ଚାହିଁ ଖୋଜୁଥିଲା

କାହିଁ ଗଲା ପ୍ରଜାପତି।


ଦି ଘଡ଼ି ପରେ ଦେଖିଲା ଆସୁଛି

ପ୍ରଜାପତି ଉଡ଼ି ଉଡ଼ି

ସାଥିରେ ତାହାର ଆହୁରି ଅନେକ

ଆସୁଛନ୍ତି ଡେଣା ଝାଡ଼ି।


ଅତି ସରାଗରେ ହାତକୁ ବଢ଼େଇ

ଆଦର କରିଲା କୁନା

ଘେରି ବୁଲୁଥାନ୍ତି କେତେ ପ୍ରଜାପତି

ନାନା ରଙ୍ଗ ଢଙ୍ଗ ନାନା।


ଆଶ୍ଚର୍ଯ୍ୟ ହୋଇକି ଅନେଇଛି କୁନା

ମନେ ଆନନ୍ଦ ଅପାର

ମା ପ୍ରଜାପତି କହିଲା ରେ କୁନା

ଏ ସବୁ ଶାବକ ମୋର।


ପରଜାପତି ମୁଁ ଜୀବନ ଚକ୍ର ମୋ

ବୁଝେଇ କହୁଛି ତୋତେ

ଅଣ୍ଡା ଦେବା ଠାରୁ ଉଡ଼ିବା ପର୍ଯ୍ୟନ୍ତ

ଘଟଣା ଚକ୍ର ଏ ଯେତେ


ମୋ ପରି କେତେ ମା ପ୍ରଜାପତି

ଅଣ୍ଡା ଦିଅନ୍ତି ଅନେକ

ଗଛ ପତର ର ପଛପାଖେ ଲାଖି

ରହନ୍ତି ସପ୍ତାହେ ଯାକ


ଲମ୍ବା ଅବା ଗୋଲ ଗୋଲ ଆକୃତି

ଅଣ୍ଡା ସବୁ ହୋଇପାରେ

ଅଣ୍ଡାର ଭିତରେ ବଢୁଥାଏ କୀଟ

ସାଁବାଳୁଆ ବାହାରେ


ଗଛ ର କଅଁଳ ପତ୍ର ସବୁ ଖାଇ

ସାଁବାଳୁଆ ବଢ଼ଇ

ଖାଇ ଖାଇ ନିଜ ଶରୀର ରେ ନିଜେ

ଉର୍ଜା ସଞ୍ଚିତ କରଇ।।


କିଛି ଦିନ ପରେ ସାଁବାଳୁଆ ଟି

ଆଉ ଯେ ଚାଲି ନପାରେ

ନିଜ ଚାରି ପାଖେ ଆବରଣ ଏକ

ରଚେ ନିଜେ ଧୀରେ ଧୀରେ।।


ସେହି ଆବରଣ ଭିତରେ ବଢ଼ଇ

ଦିନୁଁଦିନ ପ୍ରଜାପତି

ବିକଶିତ ହେବା ପରେ ସେ ବାହାରେ

ଦିଶେ ମନୋରମ ଅତି।।


ବାହାରିବା କ୍ଷଣି ଡେଣା ଯେ ତାହାର

ଓଦା ଓଦା ଥାଏ ବୋଲି

ଧୀରେ ଧୀରେ ଡେଣା ହଲାଉ ଥାଏ ସେ

ଶୁଖିଗଲେ ଯାଏ ଚାଲି।।


ବଡ଼ ହେଲା ପରେ ପୁଣି ଅଣ୍ଡା ଦିଏ

ଅଣ୍ଡାରୁ ଜନମେ କୀଟ

ସାଁବାଳୁଆ ରୁ ପୁଣି ପ୍ରଜାପତି

ଏହି ମୋ ଜୀବନ ଚକ୍ର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍