STORYMIRROR

Pranati Mahapatra

Others

3  

Pranati Mahapatra

Others

ଏହି ମନ ଆତ୍ମା ଓ ହୃଦୟ

ଏହି ମନ ଆତ୍ମା ଓ ହୃଦୟ

1 min
193


ଅପୂରଣୀୟ ମନ,ଅସୁମାରୀ ଆଶା,

କ୍ଷୁଧାର୍ତ୍ତ ଆତ୍ମା,ଲୋଭାର୍ଥୀ ହୃଦୟ,

ଚାହେଁ ସବୁବେଳେ ଆହୁରି ଆହୁରି,

ବାମନ ହୋଇ ଚାନ୍ଦ ଛୁଇଁ ବାକୁ ତ

ମଙ୍ଗଳ ଗ୍ରହରେ ସୁନେଲି

ପ୍ରାସାଦ ତୋଳିବାକୁ,

ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ଉଡିବାକୁ

ଅପ୍ରାପ୍ତିର ପ୍ରାପ୍ତି ପାଇଁ,

ବସିବସି,ଚାହିଁ ଚାହିଁ, ଅନେଇ ଅନେଇ,

ସ୍ଵପ୍ନ ପରେ ସ୍ଵପ୍ନ ଦେଖିବାକୁ,

ସାକାର ହେଉ ବା ନ ହେଉ,

ତଥାପି ସେହି ଅକଳ୍ପନୀୟ ସ୍ଵପ୍ନରେ

ବିଭୋର ହୋଇ,

ଆକାଶରୁ ମୁଠା ତାରା ତୋଳୁଥାଏ।

ଏହି ଅତୃପ୍ତ ମନ,ଆଶା,ଆଉ ହୃଦୟ।

କେତେ ଅଭାବନୀୟ ପରିସ୍ଥିତିରେ ବି

ନିଜର ବର୍ତ୍ତମାନର ସତ୍ତା ଭୁଲିଯାଏ,

ରହି ରହି ରାଜ୍ୟର ମହାନାୟକ ଅବା

ମହାନାୟିକା ହୋଇ ରହିବାର

ସୁପ୍ତ ଇଚ୍ଛା ସ୍ଵପ୍ନରେ ସାକାର କରେ।

ଏହି ମନ ଆତ୍ମା ଆଉ ହୃଦୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍