STORYMIRROR

Ramesh takri

Others

3  

Ramesh takri

Others

ଏହି ମାଟି ଆମ ଶାହା

ଏହି ମାଟି ଆମ ଶାହା

1 min
153

ଏ ଦେଶ ମଟିରେ   ଜନମିଛୁ ଆମେ

    ଏହି ମାଟି ଆମ ସାହା

ସାରା ଜଗତରେ   ସବୁଠୁ ସୁନ୍ଦର

    ଭାରତ ଯାହାର ନାଆ ।୦।


କୋଳରେ ତାହାର   ପ୍ରକୃତି ଖେଳଇ

    କେତେ ରଙ୍ଗ ରୂପ ନେଇ

ଉପଭୋଗ କର   ସୁନ୍ଦର ଦୃଶ୍ଯଟି

    ରହିଛି ଆମରି ପାଇଁ 


ନିର୍ମାଣ ହୋଇଛି   ନଗର ସହର

    କେତେ ଛୋଟ ବଡ଼ ଗାଆଁ ।୧।


ବୃକ୍ଷଲତା ଘେରା   ପାହାଡ଼ ଝରଣା

    ଅଛି ବନ ଉପବନ

ଅସ୍ତ ହେଲେ ରବି   ହୋଇଯାଏ ରାତି

    ସୂରୁଯ ଉଇଁଲେ ଦିନ


ତାହାରି ଦେହରେ   ଜନମ ମରଣ

    ସେହି ଏକା ଆମ ସାହା ।୨।


ବଞ୍ଚି ରହିବାର  ପ୍ରୟୋଜନ ଦ୍ରବ୍ଯ

    ଯୋଗାଇ ଦେଇଛି କେତେ

ସରଗର ସୁଖ   ପାଉଛୁ ସମସ୍ତେ

    ଜନନୀର ଇଛାମତେ


କୋଳରେ ତାହାର   ଆଶ୍ରୟ ଦେଇଛି 

    ସଭିଏଁ ପାଇଛୁ ରାହା ।୩।

  


Rate this content
Log in