STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଏଦେଶ ଉତ୍କଳ ଭୂମି

ଏଦେଶ ଉତ୍କଳ ଭୂମି

1 min
590


ଏଦେଶ ଉତ୍କଳ ଭୂମିରେ ଜନମ

ଆମେତ ଓଡ଼ିଆ ଭାଇ

ଆମେ ରଖିଥିଲୁ ଟେକ ଏ ମାଟିର

କେତେ ଗଉରବ ବୋହି


ଓଡ଼ିଆର ଭାଷା ଓଡ଼ିଆ ସଂସ୍କୃତି

ଓଡ଼ିଶା ଆମ ପ୍ରଦେଶ

ଗୋଟିଏ ମାଆର ସନ୍ତାନ ଆମେ

ଭାରତ ଆମର ଦେଶ ।


ଯେତେ ଯାହା ଅଛି ଧରମ କରମ

ସବୁଥିରେ ଆମେ ଯୋଡା

ବନ୍ଧନ ବାନ୍ଧିଛୁ ଭାଇଚାରା ନେଇ

କେତେ ବନ୍ଧନରେ ଗଢା ।


ଜାତି ଧର୍ମ ଯେତେ ଅଛନ୍ତି ବି ସେତେ

ମିଳିମିଶି ସର୍ବେ ସହି

ଆପଣା ଭାଷାରେ ସଂସ୍କୃତି ସାହାରେ

ଉତ୍କଳୀୟ ସଦା ହୋଇ


ଏଦେଶ ମାଟିରେ କେତେ ଗୁଣୀ ଜ୍ଞାନୀ

ବଢିଛନ୍ତି ପାଇ କର୍ମ

ତୁହିମା ଉତ୍କଳ ଆମେ ତୋର ବଳ

ତୋର ମାନ ଆମ ଧର୍ମ


ସ୍ଥାପତ୍ୟ କଳାରେ ଦେଇଛୁ ମା ତୁହି

ଉତ୍କଳ ବାସୀଙ୍କୁ ଖ୍ୟାତି

ଜଗନ୍ନାଥ ତୋର ନିଆରା ଠାକୁର

ତାର ପାଇଁ ଆମ କିର୍ତ୍ତି।


ଅର୍କକ୍ଷେତ୍ର ତୋର କୋଣାରକ କଳା

ସୁପ୍ରସିଦ୍ଧ ପୁରୀ ଆମ

କେତେ ଐତିହ୍ୟରେ ଅତୀତ ତୋହର

ତୋର ଆମେ ବର୍ତ୍ତମାନ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍