Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଏବର୍ଷ ନେହେଲା ଆରବରଷକୁ

ଏବର୍ଷ ନେହେଲା ଆରବରଷକୁ

1 min
12K


ଆଜି ମହା ବିଷୁବ ସଂକ୍ରାନ୍ତି,ହନୁମନ୍ତଙ୍କ ଜୟନ୍ତୀ

ଓଡ଼ିଆର ନବ ବର୍ଷ ଆଜି ପୁଣି

କାହିଁ ମିଳୁନି ତ ପଣା ପାଣି ।।


ଉଦ୍-ଯାପନ ପୁଣି ଚଇତ ମାସର

ମଙ୍ଗଳା ହିଙ୍ଗୁଳା ଜାତ

ଚଇତି ପରବ ଝାମୁଚଲା ଖଳା

ନାହିଁ କାର ଆତଯାତ,

ଭୟରେ ମଣିଷ ଘରେ

ବସିଛି ନିକମା ହୋଇ

ଅଳସୁଆ କରିଦେଲାଏ କରୋନା

ବେଳ‌ସରେ ଦିନ ଗଣି, କାହିଁ ମିଳୁନି ତ ପଣା,ପାଣି ।।


କରୋନା ଏମିତି ଭୟଙ୍କର ରୋଗ

ସାମାଜିକ ମିଳାମିଶା

କଲେ ବ୍ୟାପିଯିବ ସହସା ମରିବେ

ବଢ଼ାଇ ଦିଏ ଦୁର୍ଦ୍ଦଶା,

ସାମାଜିକ ଦୂରତାକୁ 

ବଜାୟ ରଖିଲେ କାଳେ

ଦୁନିଆଁ ଭିତରେ କେବେବି କେମିତି

ବଞ୍ଚିଯାଇପାରେ ପ୍ରାଣୀ, କାହିଁ ମିଳୁନି ତ ପଣା ପାଣି ।।


ସେପାଇଁ ଏବଡ ଉତ୍ସବ ନପାଳି

ଘରୁ ନବାହାରି ଜନେ

ମାନି ସରକାର ଚେତାବନୀ ବାଣୀ,

ରହିଗଲେ ଘର କୋଣେ

ଏ ବର୍ଷ ନହେଲା ନାହିଁ

ଆରବରଷକୁ ପାଳିବା ଉତ୍ସବ

ଥମିଯାଅ କଥାମାନି, କାହିଁ ମିଳୁନି ତ ପଣା ପାଣି ।।


Rate this content
Log in