ଏବଂ ଉପସ୍ଥିତି କଣ ?
ଏବଂ ଉପସ୍ଥିତି କଣ ?
ଯେତେବେଳେ ମୁଁ ମୁଁ ନ ଥିଲି
ଓ ତୁମେ ତୁମେ ନଥିଲ
ସେତେବେଳେ ସମ୍ପର୍କଟିଏ ଗଢ଼ା ହେଲା
ମୋ ସହିତ ତୁମର ।
ସେ ସମ୍ପର୍କର ପରିଭାଷା ସ୍ଵତନ୍ତ୍ର
ସୁରମ୍ୟ ସୃଜନଶୀଳତାରେ ଭରପୁର
ଓ ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟରେ
ସେ ସମ୍ପର୍କ ଦେଦୀପ୍ୟମାନ
ମୋ ଦେହରୁ ଖସି ପଡିଥିବା ଛାଇ
ସେ ସମ୍ପର୍କକୁ ବଦନାମ କଲା
ଯଦିଓ ଛାଇ କଣ ବା କରିପାରେ ବିନା ଖୋଳପାରେ
ଏ ସମ୍ପର୍କକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ
ସମାଜର ନାଲି ଆଖି
ଯଦିଓ ମୋର ଗୋଟିଏ ପଦରେ ଏ ସବୁ ମିଳେଇ ଯିବେ
ଶୂନ୍ୟ ଆକାଶରେ
ସ୍ଵର୍ଗଦ୍ଵାରର ଆରୋହଣ ଓ ଅବରୋହଣରେ
ମଣିଷ- ମୁଁ ତ୍ଵର ପରିଚୟ
ସ୍ଵପ୍ନିଳ ମେଘର ଅନ୍ୟତ୍ର ନୀଳିମାରେ ହଜିଯାଏ
ମୋ ଓ ତୋ ଭିତରର ସମସ୍ତ ସମ୍ପର୍କ
କରୋନା କଣ ଏ ସମ୍ପର୍କକୁ କବଳି କଳୁଷିତ
କରିପାରେ ?
କବି ସର୍ବତ୍ର ବିଦ୍ୟମାନ
ପୁଣି ସବୁଠି ଅଦୃଶ୍ୟ
ସର୍ବତ୍ର ସର୍ବକାଳ- ସୁଦୂର ଅତୀତରୁ
ସୁବିସ୍ତୃତ ଭବିଷ୍ୟତ- ଏଠି ସେଠି ଏବେ ବି
ଏପରି ଏକ ଶୂନ୍ୟସ୍ଥାନ ଯେଉଁଟା କଳ୍ପନାନୀତ
ଏପରି ଏକ ସମୟ ଯାହା ଅଭାବନୀୟ
ଦେଖୁଛି- ଗହୀରିଆ ଭାବେ ଦେଖୁଛି
ଆଖିଗୁଡିକ ଅଧା ବନ୍ଦ ଅଧା ମେଲା
ଗଡି ଚାଲେ ଧ୍ୟାନରତ ପରି ସେଇଟା ମହତ୍ତ୍ଵପୂର୍ଣ୍ଣ ।
ଉଚ୍ଚାରଣଗୁଡିକ ସମୟ ସ୍ଥାନ କାଳ ପାତ୍ର ସମ୍ପନ୍ନ
ଏହା ସଠିକ୍ ମଧ୍ୟରାତ୍ର ହୋଇପାରେ
ଖ୍ରୀଷ୍ଟପୂର୍ବ ୯୯୯ର ୩୧ ଡିସେମ୍ବର
ବା ଖ୍ରୀଷ୍ଟାବ୍ଦ ୯୯୯ର ୦.୦୧ ଜାନୁୟାରୀ ୧
ଏପରି ଏହା ଏହି ମୁହୂର୍ତ୍ତ ବା ସେହି ମୁହୂର୍ତ୍ତ ମଧ୍ୟ
ହୋଇପାରେ
ଦେଖି ଦେଖି ଅନ୍ତଃକରଣର ଉଜ୍ୱଳିତ ଆତ୍ମପ୍ରକାଶ-
ସବୁକିଛି ଗୁରୁତ୍ତ୍ୱପୂର୍ଣ୍ଣ
ଚିରନ୍ତନୀ ମଧ୍ୟ ଏକ କବିର ବର୍ତ୍ତମାନ
କଣ ସେ କହୁଛି- ଆମେ ପରେ ବୁଝିବା ପାଇଁ
କ୍ଷମତାପ୍ରାପ୍ତ ।
