ଏବେବି ବର୍ଷା ଆସେ
ଏବେବି ବର୍ଷା ଆସେ
1 min
314
ବର୍ଷା ଭୁଲିନାହିଁ ମାଟିର ମୋହକୁ
ଭୁଲିନି ପ୍ରୀତିର ସ୍ୱର
ଶରତ ଆକାଶେ ବିଜୁଳି ଚମକେ
ବର୍ଷା ଆସେ ବାର ବାର I
ସବୁଜିମା ଭରା ମାଟିର ଛାତିକୁ
ବର୍ଷା ଯେବେ ଦିଏ ଛୁଇଁ
ହଜିଲା ଦିନର ସ୍ମୃତିକୁ ଉଖାରେ
ବିସ୍ମୃତ ଟାଙ୍ଗରା ଭୂଇଁ I
ଜୀବନ୍ୟାସ ଦିନେ ଦେଇଥିଲା ବର୍ଷା
ମରୁଯାତ୍ରୀ ପ୍ରାଣେ ଆଶା
ତା ପ୍ରୀତି ପରଶେ ଭିଜାଇଲା ପ୍ରାଣ
ଆଖିରେ ଭରିଲା ନିଶା I
ବରଷା ଭୁଲିନି ତୃଷିତ ପ୍ରାଣର
ଅନ୍ତହୀନ ଜ୍ୱାଳାମୁଖୀ
ସେଥିପାଇଁ ସିନା ଅବେଳରେ ଆସେ
ଶାନ୍ତ ହୁଏ ପ୍ରାଣ ପକ୍ଷୀ I
