ଏବେ ଦେହସୁହା ହୋଇଗଲାଣି
ଏବେ ଦେହସୁହା ହୋଇଗଲାଣି
1 min
171
ଏକୁଟିଆ ରହିବା,
ଲୁଚି ଲୁଚି କାନ୍ଦିବା,
ଅନ୍ଧାରରେ ରହି,
ଅତୀତକୁ ଝୁରିବା,
ଏବେ ଦେହସୁହା ହୋଇଗଲାଣି।
ମନ ମାରି ବସିବା,
ନିଜ ଲୁହ ପୋଛିବା,
ଝୁଣ୍ଟି ସାରି ଥରେ,
ରାସ୍ତାଟିକୁ ଚିହ୍ନିବା,
ଏବେ ଦେହସୁହା ହୋଇଗଲାଣି।
ହସକଥା କହିବା,
ହସି ହସାଇବା,
ସେହି ଦିନ ଗୁଡ଼ିକୁ,
କାନ୍ଦି କାନ୍ଦି ଖୋଜିବା,
ଏବେ ଦେହସୁହା ହୋଇଗଲାଣି।
