ଏ ସମରର ଶେଷ କେଉଁଠି ?
ଏ ସମରର ଶେଷ କେଉଁଠି ?
1 min
28
କେବେ ହୋଇବ ଅନ୍ତ
ଧରା ହେବରେ ଶାନ୍ତ
ଏ ସାରା ଦୁନିଆ ହେବ
ବିପଦ ମୁକ୍ତ
ତୁମକୁ ତ ଜଣା ପ୍ରଭୁ
ଜଗତ ନାଥ
ନିଜ ସାଥେ ନିଜେ ଆମେ
ଲଢୁଛୁ ନିତି
ଏମିତି ସମର ତାର
ଶେଷ କେଉଁଠି
ଚଉଦିଗେ ମାୟା ଜାଲ
ହେଉନି ବୁଝି
ମୁକୁଳିବା ବାଟ କେହି
ପାଉନି ଖୋଜି
ସଭିଙ୍କୁ ଭରସା ଏବେ
କଳା ସାଆନ୍ତ..
ଆପଣା ମଣିଷ ଏବେ
ହେଲେଣି ପର
ଅତି ନିଜରଙ୍କୁ କରୁ
ପାଖରୁ ଦୂର
ହସିବା ବସିବା ହେଲା
ସପନ ଏବେ
ଜଗି ନ ଚଳିଲେ ଏବେ
ଛାନିଆ ଲାଗେ
ତ୍ରାହି କର ତ୍ରାହି କର
ନୀଳାଦ୍ରିନାଥ
