STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଏ ସମରର ଶେଷ କେଉଁଠି ?

ଏ ସମରର ଶେଷ କେଉଁଠି ?

1 min
30


  କେବେ ହୋଇବ ଅନ୍ତ

  ଧରା ହେବରେ ଶାନ୍ତ

  ଏ ସାରା ଦୁନିଆ ହେବ 

  ବିପଦ ମୁକ୍ତ

  ତୁମକୁ ତ ଜଣା ପ୍ରଭୁ

  ଜଗତ ନାଥ 


 ନିଜ ସାଥେ ନିଜେ ଆମେ

   ଲଢୁଛୁ ନିତି

 ଏମିତି ସମର ତାର

   ଶେଷ କେଉଁଠି 

  ଚଉଦିଗେ ମାୟା ଜାଲ

  ହେଉନି ବୁଝି

  ମୁକୁଳିବା ବାଟ କେହି

  ପାଉନି ଖୋଜି

  ସଭିଙ୍କୁ ଭରସା ଏବେ

   କଳା ସାଆନ୍ତ..


  ଆପଣା ମଣିଷ ଏବେ

  ହେଲେଣି ପର

   ଅତି ନିଜରଙ୍କୁ କରୁ

   ପାଖରୁ ଦୂର

   ହସିବା ବସିବା ହେଲା

   ସପନ ଏବେ

   ଜଗି ନ ଚଳିଲେ ଏବେ

   ଛାନିଆ ଲାଗେ

   ତ୍ରାହି କର ତ୍ରାହି କର

   ନୀଳାଦ୍ରିନାଥ

   

   

   

   

   


  

  

  


Rate this content
Log in