Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Dixit

Others

3  

Rasmita Dixit

Others

ଏ ସ୍ବପ୍ନର ରଙ୍ଗ ଗୋଲାପୀ

ଏ ସ୍ବପ୍ନର ରଙ୍ଗ ଗୋଲାପୀ

1 min
396


କି ନିଷ୍ଠୁର ପରିହାସ ତୁମର ;

ଚାହୁଁଥିଲ ମୋ ଉଦଗମର

ସବୁ ରାସ୍ତା ବାନ୍ଧିବାକୁ ?

ପ୍ରତିକୂଳ ପରିସ୍ଥିତିର ଦ୍ୱାହି ଦେଇ

କବର ଦେବାକୁ ବିପରୀତ ଭୂମିରେ !

କିନ୍ତୁ, ମୋ ସ୍ବପ୍ନ ନଭଶ୍ଚୁମ୍ଭୀ

କ୍ଷୁଦ୍ର ସ୍ଥାନ ଟିଏ ପାଇଁ ପ୍ରାପ୍ତି ପାଇଁ

ଅଦମ୍ୟ ଉତ୍ସାହ ଓ ସଂଘର୍ଷ

ମଥା ଟେକିବାକୁ ତୁମ ଅହମିକାର ସଂସାରେ ।

ବିନ୍ଦୁ ବିନ୍ଦୁ ଜଳକୁ ଆଦରି ନେଲି

ସିକ୍ତ କଲି ମୋର ଶୁଷ୍କ ଧୂସର ଓଠକୁ

ଜାହିର କରିବାର ---

ବିଜେତା ହେବାର ସ୍ବପ୍ନମୟ

ପ୍ରତିଶ୍ରୁତି ଟିଏ ମୋ ଭିତରେ ଗଜୁରୁଥିଲା

ଆଉ ସାମାନ୍ୟ ଫାଙ୍କର ସୂର୍ଯ୍ୟ କିରଣ

ଦେଖାଇଲା ମୋର ମୁକ୍ତିର ଦ୍ୱାର ।

ମୋର ଅର୍ଦ୍ଧ ମୁକୁଳିତ ଆଖିରେ

ମେଞ୍ଚାଏ ସ୍ବପ୍ନ

ଯେଉଁଟା ଥିଲା ରଂଗହୀନ

ଏବେ ସେଥିରେ ଭରିଯାଇଥିଲା

କୋମଳ ,ଛଳ ଛଳ ଲବଣ୍ୟର

ଗୋଲାପୀ ରଙ୍ଗ ,

ଏବେ ମୋର ମୁକ୍ତିର ପଥ

ସୁଗମ, ପ୍ରଶସ୍ତ

ଉପରକୁ ମଥା ଟେକି ଚାହିଁବାର

ଏ ଯେଉଁ ଆହ୍ୱାନ,

 "ମୁଁ" ହିଁ ମୋର ସମ୍ଭାବନା

ଏହା ହିଁ ମୋର ଜୀବନ ସଂଘର୍ଷ

ମୋ ପାଇଁ ପ୍ରତିଶ୍ରୁତିର ଅନନ୍ତ ବେହାଗ

ରଙ୍ଗମୟ ସ୍ବପ୍ନର ଉଦୟ ରାଗ ।


Rate this content
Log in