STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଏ ରାସ୍ତାରେ

ଏ ରାସ୍ତାରେ

1 min
308


ପଲ୍ଲବୀତ 

 ଅଭିଳାଷ

  ଦିଗନ୍ତ ସପନ

    ସୀମାହିନ 

     ପଥେ ଦେଖ

       କେତେ ପାଦ ଚିହ୍ନ.. 


ମଧୂମୟ 

 ପଥସାରା

  କୀରତି ବିଭବ

   ଏ ପଥରେ 

     ଲେଖାପୁଣି

       ଐତିହ୍ୟ ଗୌରବ.. 


ପୁଷ୍ପଭରା 

  ଅର୍ଘ୍ଯଥାଳି  

   ନିତିଦିନ ଝାରେ 

    ମଥାପାତି 

      ବସୁ ତୁହି

       ମିଛେ ପଥଧାରେ..


ଆଙ୍ଗୁଠିରେ 

  ଆଙ୍କୁ ପୁଣି 

   ନିଜ ଭାଗ୍ୟରେଖା

    ଭୁଲିଯାଇ 

      ସେଇ ରାସ୍ତା 

       ଶିଳାପଦ୍ମ ଲେଖା..


ମୁଦ୍ରିତ ନୟନ ମେଲି 

  ସାଉଣ୍ଟି ଗୋଧୂଳି

   ଅଙ୍ଗେ ଅଙ୍ଗେ 

     ଚନ୍ଦନକୁ

      ହୁଅ ବାରେ ବୋଳି..


ପାଦେ ପାଦେ 

 ଚାଲୁଥିବୁ

   ନ ପଡିବୁ ଥକି

    ନିସ୍ୱାର୍ଥ ମନ୍ତ୍ରୀତ ଶ୍ଳୋକ 

       ଚିତ୍ତେ ସଦା ରଖି..


ମିଳିବ ଶେଷ ଠିକଣା 

  ଦିଗନ୍ତ କବାଟ

    ଉଜ୍ଜଳ ଚାନ୍ଦିନୀ ରାତି

       ତୋଳିବ କୁହାଟ.. 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍