Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଏ ମନ ଗୋଟେ ଉଡା ଚଢେଇ

ଏ ମନ ଗୋଟେ ଉଡା ଚଢେଇ

1 min
6.7K


ମନ ଚଢ଼େଇ ରେ ମନ ଚଢ଼େଇ ଉଡ଼ି ଉଡ଼ି ଯା’ ତୁ ଉଡି (୨ ଥର )

ସାଗର କୂଳେ ଦେଖିବୁ ନୀଳ ଶଇଳ ,

ଝରୁଥାଏ ଯହିଁ ସଦା ମନ୍ଦ ମଳୟ

ସେ ଶଇଳେ ଅଛି ପରା କଳପ ବଟ ,

ସେ ବଟ ଡାଳେ ପକ୍ଷୀରେ ବସାଟେ ବାନ୍ଧ

ଅମର ପୁରୀକୁ ତହୁଁ ପାଇବୁ ସିଡି , ମନ ଚଢ଼େଇ ରେ...।।

ଦେଖିବୁ ମାଳିନୀ ନଦୀ ତହିଁ ଲହରେ ,

ସେ ନଦୀ ତଟ ଶୋଭିତ ଦିଶେ ବାଲିରେ

ସେ ବାଲିର ନାଁ ପରା ଶରଧା ବାଲି ,

ସେ ବାଲିରେ ଡେଇଁବୁ ତୁ ଖୁସିରେ ବୁଲି

ତହୁଁ ବଇକୁଣ୍ଠ ପଥ (ତୋତେ) ଯିବରେ ମିଳି , ମନ ଚଢ଼େଇ ରେ… ।।

ପୁରସ୍ତମ ନାମେ ଗାଁ ସେଠାରେ ଅଛି ,

ସେ ଗାଁ ଦାଣ୍ଡ କୁ ବଡ଼ଦାଣ୍ଡ କୁହନ୍ତି

ସୁର, ଗନ୍ଧର୍ବ,ଅମରପୁ୍ରୀ ନର ନା୍ରୀ ,

ମହା ଆଡ଼ମ୍ବରେ ତହିଁ ଛନ୍ତି ବାସକରି

ପରମାତ୍ମା ସଙ୍ଗେ ତୋ ଆତ୍ମା ଦେ’ରେ ଯୋଡ଼ି ,ମନ ଚଢ଼େଇ ରେ… ।।

ସେ ନୀଳଶଇଳ ପରେ ବଡ଼ ଦେଉଳ ,

ସେ ଦେଉଳେ ବିଜେ ନିଜେ ବଡ଼ ଠାକୁର

ତାଙ୍କର ଭୋଗକୁ କହି ମହାପ୍ରସାଦ ,

ତହିଁରେ ନାହିଁ ରେ ନାହଁ କି ଜାତିଭେଦ

ଖୁଣ୍ଟି ଖାଇବୁ ରେ ପକ୍ଷୀ ଥିବରେ ପଡି , ମନ ଚଢ଼େଇ ରେ... ।।

ପୂର୍ବ ଜନ୍ମ ଭାଗ୍ୟ ତୋର ଥିବରେ ଯେବେ ,

ଦର୍ଶନ କରିବୁ କଳା ସାଆନ୍ତ ତେବେ

କହଇ ପ୍ରଫୁଲ୍ଲ ସେ ଯେ ମୋ ପ୍ରାଣ ମିତ ,

ସେ ହିଁ ମହାବାହୁ ସେହି ଦୁଃଖୀ ସଙ୍ଗାତ

ନବାନ୍ଧିବ ତୋତେ ଆଉ ଯମର ବେଡି ,ମନ ଚଢ଼େଇ ରେ… ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


Rate this content
Log in