ଏ କିଛି କଥା
ଏ କିଛି କଥା
1 min
205
ଏ ମୃତ୍ୟୁ
ଏ ସତ୍ୟ
ଏ ନୀତି
ଏ ମୁକ୍ତି
ପାଖରୁ ଫେରୁଛନ୍ତି ।
ଏ ଲୁହ
ଏ ମୋହ
ଏ ଦୁଃଖ
ଏ ମୂର୍ଖ
ନଯାଇ ରହିଛି ।
ଏ ବାଟ
ଏ ଘାଟ
ଏ ମନ
ଏ ଧନ
ଆପଣା କରୁଛି ।
ଏ ହୃଦେ
ଏ ଦ୍ୱନ୍ଦେ
ଏ ହାତେ
ଏ ମତେ
କଷ୍ଟ ହିଁ ଭରୁଛି ।
ଏ ଦେଖା
ଏ ଲେଖା
ଏ ଖାତା
ଏ ବାର୍ତା
ଖୋଜି ଆସୁଛନ୍ତି ।
ଏ ଭାବ
ଅଭାବ
ବିରହ
ନୀରିହ
ସଭେଁ କରୁଛନ୍ତି ।